ଭୁବନେଶ୍ଵର, ଜାନୁୟାରୀ ୧ (ଲୋକାଲ ୱାୟାର) ତିନିଜଣ ଯୁବକ ଗତବର୍ଷ ନବବର୍ଷ ଦିନ ପ୍ରକାଶ କରିଥିଲେ ଶୁଭପଲ୍ଲବ ନାମରେ ଏକ ତ୍ରୈମାସିକ ଓଡ଼ିଆ ଇ-ପତ୍ରିକା ଯାହା ଆପଣ ପଢିବା ସହିତ ଶୁଣି ମଧ୍ୟ ପାରିବେ।
ଏହି ପତ୍ରିକାକୁ ବର୍ଷେ ପୁରିଥିବା ବେଳେ ଏହାର ୫ମ ସଂସ୍କରଣ ପ୍ରକାଶ ପାଇଛି । ଏହି ସଂସ୍କରଣରେ ସମୁଦାୟ ୫୪ଟି ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ ଆଦି ପ୍ରକାଶ ପାଇଛି ।
ଏହି ସଂସ୍କରଣର ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ସେନାପତି, ତାପସ ରଞ୍ଜନ । ମୁମ୍ବାଇରେ ରହୁଥିବା ସମ୍ବିତ ଦାସ ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି ।
ଏହି ପତ୍ରିକା ସେମାନଙ୍କର ୱେବସାଇଟ୍ shubhapallaba.in ରେ ଉପଲବ୍ଧ ହେଉଛି । ଏହାକୁ bit.ly/Shubha5 ରୁ ମଧ୍ୟ ଡାଉନଲୋଡ କରିହେବ ।
ସେଥିରେ ପ୍ରକାଶିତ ଗପ କବିତାଗୁଡ଼ିକୁ ରେକର୍ଡ଼ିଂ ମଧ୍ୟ କରି ତାକୁ ୟୁ-ଟ୍ୟୁବରେ ସେମାନେ ଅପଲୋଡ଼ କରୁଛନ୍ତି, ଫଳରେ ଦେଖିପାରୁନଥିବା କିମ୍ବା ଓଡ଼ିଆ ଲିପି ଭଲରେ ପଢ଼ିପାରୁଥିବା ପାଠକ ମଧ୍ୟ ଉପକୃତ ହୋଇପାରିବେ ।
ଅଳ୍ପ କିଛି ଅଡିଓ ୱେବସାଇଟରେ ଉପଲବ୍ଧ ଥିଲା ବେଳେ ଆଉ ଅଳ୍ପଦିନରେ ଏହି ସଂସ୍କରଣର ସମସ୍ତ ଅଡ଼ିଓ ୟୁ-ଟ୍ୟୁବରେ ଉପଲବ୍ଧ ହେବ ବୋଲି ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି ।
ଲୋକାଲ ୱାୟାର
Leave a Reply