ଭୁବନେଶ୍ୱର, ଫେବ୍ରୁଆରୀ ୨୨(ଲୋକାଲ ୱାୟାର): ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଙ୍କଳନ ‘ସକାଳ ଧୂପ’ ବୁଦ୍ଧ ମନ୍ଦିର ଠାରେ ଲୋକାର୍ପିତ ହୋଇଯାଇଛି ।
ମ୍ୟାକ୍ ଗ୍ରୁପ୍ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି, ନିତିଦିନ ସମ୍ପାଦକ ମନୋଜ କୁମାର ମହାପାତ୍ର, ସାହିତି୍ୟକ ଡ. ଅସୀତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ମ୍ୟାକ୍ ଗ୍ରୁପ୍ ର ମୁଖ୍ୟ ରାଜକୁମାର ସୂତାର ସଭାପତିତ୍ୱ କରିଥିଲେ । ସୋନାଲୀ ସାମନ୍ତରାୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ଏହି ଅବସରରେ ଅତିଥି ମାନେ ବକ୍ତବ୍ୟ ରଖିବା ସାଙ୍ଗକୁ ଲେଖିକା ନିଜ ଲେଖକୀୟ ଅନୁଭୂତିକୁ ବ୍ୟକ୍ତ କରିଥିଲେ । ଶେଷରେ ମାନବ ଅଧ୍ୟୟନ କେନ୍ଦ୍ରର ସମ୍ପାଦକ କୀର୍ତ୍ତି ଦାସ ଧନ୍ୟବାଦ ଦେଇଥିଲେ ।
ଲୋକାଲ ୱାୟାର
Leave a Reply