କେନ୍ଦ୍ରାପଡ଼ା, ଫେବ୍ରୁଆରୀ ୧୨ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଇଁଚଙ୍କ ସୁରକ୍ଷା ପାଇଁ କିଣା ଯାଇଥିବା ଇଂଟରସେପ୍ଟର ବୋଟ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପଡି ରହିଛି ।
ଛଅ ମାସ ହେଲା ବୋଟ ସଜଡା ନଯିବା ବନ ବିଭାଗର ଉଦାସୀନତାକୁ ଦର୍ଶାଉଛି । ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ୨୦୦୪ରେ ସାମୁଦ୍ରିକ କଇଁଚଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଟ୍ରଲରଗୁଡିକରେ କଇଁଚଙ୍କ ସୁରକ୍ଷା ପାଇଁ ଟିଇଡି ଲଗାଇବା ବାଧ୍ୟତାମୂଳକ ହୋଇଥିବା ବେଳେ ଓଡିଶା ଉପକୂଳରେ ଯାତାୟାତ କରୁଥିବା କୌଣସି ଟ୍ରଲରରେ ଟିଇଡି ଲାଗିନାହିଁ ।
ପ୍ରଜନନ ଓ ଅଣ୍ଡା ଦେବା ଋତୁରେ କଇଁଚଙ୍କ ସୁରକ୍ଷା ପାଇଁ ଅତିକମରେ ଦୁଇଟି ସ୍ପିଡ ବୋଟ ମୁତୟନ କରିବାକୁ ସିଇସି ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ପରିବେଶବିତ ତଥା ପିପୁଲ ଫର ଆନିମଲର ଜିଲ୍ଲା ୟୁନିଟ ସମ୍ପାଦକ ସୁଧାଂଶୁ ପରିଡା ।
ଚାରି ବର୍ଷ ପୂର୍ବେ ଅଲିଭ ରିଡଲେ କଇଁଚଙ୍କ ସଂରକ୍ଷଣ ପାଇଁ ବନ ବିଭାଗ ଦୁଇଟି ଇଣ୍ଟରସେପ୍ଟର ବୋଟ କିଣିଥିଲା ।
ଗହୀରମଥା-୧ ବୋଟରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ବୋଟ ଯୋଗାଇଥିବା କମ୍ପାନୀକୁ ଯୋଗାଯୋଗ କରାଯାଇଛି ।
ଶୀଘ୍ର ମରାମତି କରିବାକୁ କମ୍ପାନୀ ପ୍ରତିଶ୍ରୁତି ଦେଇଛି ବୋଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ରେଞ୍ଜର ଦେବାଶିଷ ଭୋଇ କହିଛନ୍ତି ।
ଲୋକାଲ ୱାୟାର
Leave a Reply