ରାୟଗଡ଼ା, ଅକ୍ଟୋବର ୧୬(ଲୋକାଲ ୱାୟାର): ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ଏକ ପଥର ଖାଦାନରେ ବିସ୍ଫୋରଣ ଯୋଗୁ ଶୁକ୍ରବାର ଅପରାହ୍ଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।
ଗୁଣୁପୁର ଉପଖଣ୍ଡର ଓକିଲଗୁଡ଼ାରେ ଥିବା ପଥର ଖାଦାନରେ ନିୟମିତ ବିସ୍ଫୋରଣ କରି ପଥର ଫଟାଯାଇ ଖନନ କରାଯାଇଥାଏ ।
ଆଜି ଅପରାହ୍ଣରେ ବିସ୍ଫୋରଣ ବେଳେ ଅଘଟଣ ହୋଇଛି । ୨ ଜଣ ମହିଳାଙ୍କ ସମେତ ୩ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଲୋକେ କହିଛନ୍ତି ।
ଅନ୍ୟ ୬ ଜଣ ଆହତଙ୍କୁ ଗୁଣୁପୁର ଡାକ୍ତରଖାନକୁ ନିଆଯାଉଥିବା ସେମାନେ କହିଛନ୍ତି ।
ତେବେ ସରକାରୀ ଭାବେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଏହି ଘଟଣା ନେଇ କୌଣସି ସୂଚନା ମିଳିନାହିଁ ।
ଲୋକାଲ ୱାୟାର
Leave a Reply