ଭୁବନେଶ୍ୱର, ଅଗଷ୍ଟ ୨୬(ଲୋକାଲ ୱାୟାର): ସମସ୍ତେ କୁହନ୍ତି, ସବୁବେଳେ ନିଜର ନିଜ ଉପରେ ଆତ୍ମବିଶ୍ୱାସ ରହିବା ଜରୁରି । ଆଗକୁ ଯିବାକୁ ହେଲେ ଆତ୍ମବିଶ୍ୱାସ ସୁଦୃଢ଼ ହେବା ଜରୁରି ।
ହେଲେ ଆମ ଓଲିଉଡର ଅଭିନେତ୍ରୀ ତଥା ଉପସ୍ଥାପିକା, ଯିଏ ସବୁବେଳେ ମିଠା ମିଠା କଥା କହି ମଞ୍ଚରେ ଜୁରୀଙ୍କଠାରୁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନ ମୋହି ନିଅନ୍ତି ସେହି ନାୟିକା ହେଲେ ଗୁନଗୁନ୍ ।
ନିକଟରେ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରି ତା’ର କ୍ୟାପସନରେ ସେ ଲେଖିଛନ୍ତି, ‘ମୋ ହସ, ମୋ ଆତ୍ମବିଶ୍ୱାସ’ ।
ଫଟୋରେ ଏକ ସୁନ୍ଦର କଷ୍ଟୁ୍ୟମ୍ ସହ ସୁନ୍ଦର ହସଭରା ପୋଜ୍ ଦେଇଛନ୍ତି । ବର୍ତ୍ତମାନ ଜୀ-ସାର୍ଥକରେ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ସୁପର୍ ମମ୍ସ ଚାଲିଥିଲାବେଳେ ତାକୁ ହୋଷ୍ଟ କରୁଛନ୍ତି ଗୁନଗୁନ୍ ।
ଲୋକାଲ ୱାୟାର
Leave a Reply