ପୁରୀ, ଏପ୍ରିଲ୍ ୦୮ (ଲୋକାଲ ୱାୟାର) ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତନୀତି ଖସାପଡ଼ା ଅନୁଷ୍ଠିତ ହେବ ସେଥିପାଇଁ ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଭକ୍ତମାନେ ମନ୍ଦିର ପରିସରରେ ଅନ୍ୟ ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିପାରିବା ନେଇ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଆଜି ମହାପ୍ରଭୁଙ୍କ ଗୁପ୍ତନୀତି ଅନୁଷ୍ଠିତ ହେବ । ବିଧି ଅନୁସାରେ, ପ୍ରଭୁଙ୍କ ଗୁପ୍ତନୀତି ସମୟରେ ପ୍ରଭୁଙ୍କ ଦର୍ଶନ ସର୍ବସାଧାରଣ ପାଇଁ ବନ୍ଦ ରହିବ ।
ଏହି ବିଧି ଅୁନୁସାରେ ଆଜି ପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଂଚିତ ରହିବେ । ତେବେ ଭକ୍ତ ଶ୍ରୀମନ୍ଦିର ପ୍ରାଙ୍ଗଣର ବେଢ଼ା ବୁଲିବା ସହ ଅନ୍ୟ ଦେବାଦେବୀଙ୍କ ଦର୍ଶନ କରିପାରିବେ ।
ଲୋକାଲ ୱାୟାର
Leave a Reply