ମାଲକାନଗିରି, ଫେବ୍ରୁଆରୀ ୧୮ (ଲୋକାଲ ୱାୟାର): ଚିତ୍ରକୋଣ୍ଡା ଅଂଚଳରେ ଥିବା ବହୁଚର୍ଚ୍ଚିତ ଗୁରୁପ୍ରିୟା ସେତୁରେ ଫାଟ ଦେଖାଦେଇଥିବାବେଳେ ମଙ୍ଗଳବାର ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ମରାମତି କରାଯାଉଛି।
ସୂଚନା ଅନୁସାରେ, ଏକ୍ସପାନସନ୍ ଜଏଣ୍ଟ ରଡ୍ ଖରାପ ଥିବା ଯୋଗୁଁ ସେତୁର ୧୬ ନମ୍ବର ଗାର୍ଡରରେ ଫାଟ ଦେଖାଦେଇଛି।
ସେତୁ ଉଦଘାଟନ ହେବାର ଦୁଇ ବର୍ଷ ନପୂରୁଣୁ ଏଥିରେ ଫାଟ ଦେଖାଦେବାନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ବିଚ୍ଛିନ୍ନାଞ୍ଚଳବାସୀଙ୍କ ସୁବଧା ପାଇଁ ତଥା ମାଓ ଗତିବିଧି ଉପରେ ନିୟନ୍ତ୍ରଣ ଲାଗି ୨୦୧୮ ମସିହା ଜୁଲାଇ ମାସରେ ଏହି ସେତୁର ଉଦଘାଟନ କରାଯାଇଥିଲା।
ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।
ଲୋକାଲ୍ ଓ୍ବାୟାର୍
Leave a Reply