ରାଉରକେଲା, ଡିସେମ୍ବର ୪ (ଲୋକାଲ ୱାୟାର): ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଆସନ୍ତାକାଲି ସହରର କୋଏଲ ନଗରରେ ଶକ୍ତି ବଜାର ମାର୍କେଟ କମ୍ପ୍ଲେକ୍ସ ଖୋଲିବ।
ଏହି ବଜାରରେ କେବଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ବାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ହେବ ବୋଲି ରାଉରକେଲା ମହାନଗର ନିଗମ ପକ୍ଷରୁ କୁହାଯାଇଛି।
“ଏହି ବଜାରରେ ଘର ନେବା ପାଇଁ ଆମେ ସୁନ୍ଦରଗଡ଼ ଜିଲ୍ଲାର ୫୨ଟି ସ୍ବୟଂସହାୟକ ଗୋଷ୍ଠୀକୁ ଟେଣ୍ଡର ପକାଇବାକୁ ଆହ୍ବାନ କରିଥିଲୁ। ତେବେ ପ୍ରାଥମିକ ଭାବେ ଏଠାରେ ୪୪ଟି ଷ୍ଟଲ୍ କୋଲିବାକୁ ଯାଉଛି,” ନିୟନ୍ତ୍ରିତ ବଜାର କମିଟି ଡେପୁଟୀ କମିଶନର ସୁଧାଂଶୁ ଭୋଇ।
ସେ ଆହୁରି କହିଛନ୍ତି ଯେ, “ସ୍ବୟଂ ସହାୟକ ଗୋଷ୍ଠୀ ଏଠାରେ କେବଳ ସେମାନଙ୍କ ଉତ୍ପାଦନ ହିଁ ବିକ୍ରି କରିପାରିବେ।”
ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଯାଏ ଶକ୍ତି ବଜାର ଖୋଲାରହିବ।
ପ୍ରତି ଦୋକାନଘର ଲାଗି ଶେଡ୍ ଓ ସଟର୍ ବ୍ୟବସ୍ଥା ହୋଇଛି।
ତେଣୁ ସବୁ ପ୍ରକାର ସାମଗ୍ରୀ ଏଠାରେ ସୁରକ୍ଷିତ ରହିପାରିବ ବୋଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଶକ୍ତି ବଜାର କୋଲିବା ନିଷ୍ପତ୍ତିକୁ ସହରର ଅନେକ ଲୋକ ସ୍ବାଗତ କରିଛନ୍ତି।
ସାଧାରଣତଃ ସ୍ବୟଂ ସହାୟକ ଗୋଷ୍ଠୀ ତିଆରି କରୁଥିବା ଉତ୍ପାଦନ ଭଲ ମାନର ହୋଇଥାଏ, ତେଣୁ ଏହି ବଜାର ସମସ୍ତଙ୍କ ଲାଗି ଉପାଦେୟ ହେବ ବୋଲି ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି।
ଲୋକାଲ ୱାୟାର୍
Leave a Reply