ରାଉରକେଲା, ଡିସେମ୍ବର ୧୮(ଲୋକାଲ ୱାୟାର): ରାଉରକେଲାର ସହରର ଏସଟିଆଇ ଫ୍ଲାଇ ଓଭର ବ୍ରିଜରେ ଶୁକ୍ରବାର ସନ୍ଧ୍ୟାରେ ଲୁଟେରାଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ନିହତ ହୋଇଥିବା ବେଳେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି ।
ଏସଟିଆଇର ଏକ ଜୁଏଲର୍ସରେ କାମ କରୁଥିବା ସରୋଜ କୁମାର ସାହୁ ସନ୍ଧ୍ୟାରେ ଅଳଙ୍କାର ବ୍ୟାଗ ନେଇ ଦୋକାନରୁ ଗଙ୍ଗାଧରପାଲ୍ଲୀସ୍ଥିତ ଘରକୁ ବାଇକରେ ଫେରୁଥିଲେ ।
ଫ୍ଲାଇଓଭରରେ ଅଚାନକ ତିନି ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିଲେ । ସରୋଜଙ୍କ ମୁଣ୍ଡ, ପିଠି ଓ ଛାତିରେ ଗୁଳି ବାଜିଥିଲା ।
ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ହୋଇ ଯାଇଛି । ରାଉରକେଲା ଏସପି କେ. ଶିବା ସୁବ୍ରମଣି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସିଂହଟୋଲାରେ ଗତ ୧୪ ତାରିଖ ରାତିରେ ଜଣେ ସୁନା ବ୍ୟବସାୟୀ ପତ୍ନୀ ଓ ପୁଅକୁ ନେଇ ବାଇକରେ ଯାଉଥିବା ବେଳେ ଗୁଳିମାଡ଼ ହୋଇଥିଲା । କିନ୍ତୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।
ଲୋକାଲ ୱାୟାର
Leave a Reply