ଭୁବନେଶ୍ୱର, ଜାନୁଆରୀ ୨୨ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୧ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
୧୫୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୦, ବାଲେଶ୍ୱରରୁ ୧୧, ବରଗଡ଼ରୁ ୯ , ଭଦ୍ରକରୁ ୮, ବଲାଙ୍ଗିରରୁ ୩, ବୌଦ୍ଧରୁ ୧, କଟକରୁ ୯, ଢେଙ୍କାନାଳରୁ ୧, ଗଜପତିରୁ ୩, ଜଗତସିଂହପୁରରୁ ୫, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୧୨, ନୟାଗଡରୁ ୧, ନୂଆପଡ଼ାରୁ ୪, ପୁରୀରୁ ୧୮, ସମ୍ବଲପୁରରୁ ୧୯, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୮ ଏବଂ ଷ୍ଟେଟ୍ ଫୁଲ୍ରୁ ୨ ଜଣ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରେ ୭୫,୦୧, ୬୯୧ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୩୪,୦୨୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୩୦, ୫୪୫ ଜଣ ସୁସ୍ଥ ହୋଇଛନ୍ତି ।
୧୫୧୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୯୦୩ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply