ଭୁବନେଶ୍ୱର, ଜାନୁଆରୀ ୨୦ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ଟି ଜିଲ୍ଲା ଓ ଷ୍ଟେଟ ଫୁଲ୍ରୁ ୧୫୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୬୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।
୧୫୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୮, ବାଲେଶ୍ୱରରୁ ୧୨, ବରଗଡ଼ରୁ ୭, ଭଦ୍ରକରୁ ୧, ବଲାଙ୍ଗିରରୁ ୩, ବୌଦ୍ଧରୁ ୧, କଟକରୁ ୫, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, ଖୋର୍ଦ୍ଧାରୁ ୮ , କୋରାପୁଟରୁ ୨, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୧, ନୂଆପଡ଼ାରୁ ୯, ପୁରୀରୁ ୨୦, ରାୟଗଡାରୁ ୨, ସମ୍ବଲପୁରରୁ ୧୮, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ୍ ଫୁଲ୍ରୁ ୨ ଜଣ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ବୁଧବାର ସକାଳ ସୁଦ୍ଧା ରାଜ୍ୟରେ ୭୪,୫୨, ୦୨୦ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୩୩,୭୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୩୦, ୦୫୧ ଜଣ ସୁସ୍ଥ ହୋଇଛନ୍ତି।
୧୭୧୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୯୦୨ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply