ଭୁବନେଶ୍ୱର, ଜାନୁଆରୀ ୧୫ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୬ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୨୮୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୭୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୧୮୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୮, ବାଲେଶ୍ୱରରୁ ୧୧, ବରଗଡ଼ରୁ ୧୫, ବଲାଙ୍ଗିରରୁ ୮, ବୌଦ୍ଧରୁ ୨, କଟକରୁ ୧୪, ଦେବଗଡ଼ରୁ ୧, ଗଜପତିରୁ ୨, ଗଞ୍ଜାମ ୧, ଜଗତସିଂହପୁରରୁ ୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୭, କୋରାପୁଟରୁ ୧, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨, ନୂଆପଡ଼ାରୁ ୪, ପୁରୀରୁ ୧୪, ରାୟଗଡ଼ାରୁ ୧, ସମ୍ବଲପୁରରୁ ୨୦, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୩୫ ଏବଂ ଷ୍ଟେଟ୍ ଫୁଲ୍ରୁ ୧ ଜଣ ଅଛନ୍ତି ।
ମୃତକ ୨ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଜଣେ ପୁରୁଷ (୬୯) ଓ ସୁନ୍ଦରଗଡ଼ରୁ ଜଣେ ପୁରୁଷ (୫୦) ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରେ ୭୩,୧୯, ୬୦୮ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୩୨,୯୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୮, ୮୩୨ ଜଣ ସୁସ୍ଥ ହୋଇଛନ୍ତି ।
୨୧୬୬ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୯୮ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply