ଭୁବନେଶ୍ୱର, ଜାନୁଆରୀ ୧୩ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୫ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୨୧୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ବୁଧବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୮୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୨୧୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୯, ବରଗଡ଼ରୁ ୮, ଭଦ୍ରକରୁ ୨, ବଲାଙ୍ଗିରରୁ ୭, କଟକରୁ ୧୪, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୪, ଜଗତସିଂହପୁରରୁ ୪, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୩, ମାଲକାନଗିରିରୁ ୮, ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୫, ପୁରୀରୁ ୧୦, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୬, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୦ ଏବଂ ଷ୍ଟେଟ୍ ଫୁଲ୍ରୁ ୩ ଜଣ ଅଛନ୍ତି ।
ସେହିପରି ମୃତକ ଜଣକ ଭୁବନେଶ୍ୱରର ୭୦ ବର୍ଷିୟ ପୁରୁଷ ।
ଉଲ୍ଲେଖଯୋଗ୍ୟ, ବୁଧବାର ସକାଳ ସୁଦ୍ଧା ରାଜ୍ୟରେ ୭୨,୬୧, ୯୦୦ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୩୨,୫୪୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୮, ୪୫୨ ଜଣ ସୁସ୍ଥ ହୋଇଛନ୍ତି ।
୨୧୪୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୯୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply