ଭୁବନେଶ୍ୱର, ଜାନୁଆରୀ ୧୪ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୨୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୯୫ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୨୨୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୮, ବାଲେଶ୍ୱରରୁ ୭, ବରଗଡ଼ରୁ ୨୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩, ବୌଦ୍ଧରୁ ୩, କଟକରୁ ୮, ଦେବଗଡ଼ରୁ ୧, ଗଜପତିରୁ ୩, ଜଗତସିଂହପୁରରୁ ୧, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୧୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୬, ନୟାଗଡ଼ରୁ ୮, ନୂଆପଡ଼ାରୁ ୮, ପୁରୀରୁ ୧୫, ସମ୍ବଲପୁରରୁ ୨୧, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୨୪ ଏବଂ ଷ୍ଟେଟ୍ ଫୁଲ୍ରୁ ୩ ଜଣ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳ ସୁଦ୍ଧା ରାଜ୍ୟରେ ୭୨,୯୨, ୦୬୮ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୩୨,୭୬୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୮, ୬୨୨ ଜଣ ସୁସ୍ଥ ହୋଇଛନ୍ତି ।
୨୧୯୨ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୯୬ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply