ଭୁବନେଶ୍ୱର, ଜାନୁଆରୀ ୧୨ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୫ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୨୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୯୪ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୨୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୧୫, ବାଲେଶ୍ୱରରୁ ୧୪, ବରଗଡ଼ରୁ ୧୬, ଭଦ୍ରକରୁ ୧, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧, କଟକରୁ ୩, ଦେବଗଡ଼ରୁ ୫, ଗଜପତିରୁ ୪, ଗଞ୍ଜାମରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୫,, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୬, କନ୍ଧମାଳରୁ ୧, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୧୫, ମୟୂରଭଞ୍ଜରୁ ୧୦, ନୟାଗଡରୁ ୨, ନୂଆପଡ଼ାରୁ ୫, ପୁରୀରୁ ୧୫, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୫, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩୮ ଏବଂ ଷ୍ଟେଟ୍ ଫୁଲ୍ରୁ ୩ ଜଣ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସକାଳ ସୁଦ୍ଧା ରାଜ୍ୟରେ ୭୨, ୨୯, ୯୪୮ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୩୨, ୩୩୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୮, ୨୭୧ ଜଣ ସୁସ୍ଥ ହୋଇଛନ୍ତି ।
୨୧୧୩ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୯୪ ଜଣଙ୍କର ମୃତ୍ୟୁ ହୋଇଛି।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply