ଭୁବନେଶ୍ୱର, ଜାନୁଆରୀ ୧ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୪ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୨୪୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୨୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩୨, ବାଲେଶ୍ୱରରୁ ୫, ବରଗଡ଼ରୁ ୧୪, ଭଦ୍ରକରୁ ୬, ବଲାଙ୍ଗିରରୁ ୯, ବୌଦ୍ଧରୁ ୧, କଟକରୁ ୧୫, ଦେବଗଡ଼ରୁ ୧, ଢେଙ୍କାନାଳରୁ ୧, ଜଗତସିଂହପୁରରୁ ୪, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୮, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୯, ମୟୂରଭଞ୍ଜରୁ ୧୭, ନୟାଗଡ଼ରୁ ୨, ନୂଆପଡ଼ାରୁ ୫, ରାୟଗଡ଼ାରୁ ୧, ସମ୍ବଲପୁରରୁ ୩୫, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୩୪ ଏବଂ ଷ୍ଟେଟ୍ ଫୁଲ୍ରୁ ୫ ଜଣ ଅଛନ୍ତି ।
୩ ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ମହିଳା (୬୦), କଟକରୁ ଜଣେ ପୁରୁଷ (୬୧) ଓ ନବରଙ୍ଗପୁରରୁ ଜଣେ ଯୁବକ (୨୨) ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରେ ୬୯, ୬୭, ୧୦୮ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୨୯,୮୬୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୫, ୪୩୨ ଜଣ ସୁସ୍ଥ ହୋଇଛନ୍ତି ।
୨୫୦୫ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୭୬ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply