ଭୁବନେଶ୍ୱର, ଡିସେମ୍ବର ୧୭ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୩୫୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଗୁରୁବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୪୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୩୫୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨ ଜଣ ଥିବାବେଳେ ଅନୁଗୁଳରୁ ୪୧, ବାଲେଶ୍ୱରରୁ ୧୭, ବରଗଡ଼ରୁ ୮, ଭଦ୍ରକରୁ ୫, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୨, କଟକରୁ ୨୭, ଦେବଗଡ଼ରୁ ୨, ଢେଙ୍କାନାଳରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୮, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୮, କୋରାପୁଟରୁ ୧, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୧, ନୂଆପଡ଼ାରୁ ୨୧, ପୁରୀରୁ ୩, ସମ୍ବଲପୁରରୁ ୨୬, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୪୭ ଏବଂ ଷ୍ଟେଟ୍ ଫୁଲ୍ରୁ ୧୨ ଜଣ ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ଗୁରୁବାର ସକାଳ ସୁଦ୍ଧା ରାଜ୍ୟରେ ୬୫, ୦୨, ୪୫୧ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୨୫,୧୪୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୦, ୨୦୮ ଜଣ ସୁସ୍ଥ ହୋଇଛନ୍ତି ।
୩୦୬୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୨୫ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି।
ଲୋକାଲ ୱାୟାର
Leave a Reply