ଭୁବନେଶ୍ୱର, ଡିସେମ୍ବର ୧୮ (ଲୋକାଲ ୱାୟାର) : ଗତ ୨୪ ଘଣ୍ଟାରେ ରାଜ୍ୟର ୨୭ଟି ଜିଲ୍ଲା ଓ ଷ୍ଟେଟ୍ ଫୁଲ୍ରୁ ୩୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ କହିଛି ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ଏବଂ ଅନ୍ୟ ୧୫୦ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।
୩୫୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୨ ଜଣ ଥିବାବେଳେ ବାଲେଶ୍ୱରରୁ ୩୫, ବରଗଡ଼ରୁ ୭, ଭଦ୍ରକରୁ ୧, ବଲାଙ୍ଗିରରୁ ୧୩, କଟକରୁ ୨୮, ଦେବଗଡ଼ରୁ ୪, ଢେଙ୍କାନାଳରୁ ୫, ଗଜପତିରୁ ୪, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୩୬, କୋରାପୁଟରୁ ୮, ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୧, ନୂଆପଡ଼ାରୁ ୨୬, ପୁରୀରୁ ୧, ରାୟଗଡ଼ାରୁ ୧, ସମ୍ବଲପୁରରୁ ୨୧, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୨୯ ଏବଂ ଷ୍ଟେଟ୍ ଫୁଲ୍ରୁ ୯ ଜଣ ଅଛନ୍ତି ।
ମୃତକ ୪ ଜଣକ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ପୁରୁଷ (୬୩), ଜଗତସିଂହପୁରରୁ ଜଣେ ପୁରୁଷ (୭୧), କେନ୍ଦ୍ରାପଡ଼ାରୁ ଜଣେ ପୁରୁଷ (୬୧) ଓ ପୁରୀରୁ ଜଣେ ପୁରୁଷ (୬୦) ଅଛନ୍ତି ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରେ ୬୫, ୩୬, ୨୧୨ କରୋନା ନମୁନା ପରୀକ୍ଷଣ ହୋଇଛି ।
୩,୨୫,୫୦୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩,୨୦, ୫୮୪ ଜଣ ସୁସ୍ଥ ହୋଇଛନ୍ତି ।
୩୦୩୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୮୨୯ ଜଣଙ୍କର ମୃତ୍ୟୁ ହୋଇଛି ।
ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।
ଲୋକାଲ ୱାୟାର
Leave a Reply