• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଗୋପାଳପୁର ବନ୍ଦରରେ ଅଧିକ ନିବେଶ ଓ ପରିକଳ୍ପିତ ପ୍ରକଳ୍ପକୁ ଅନୁମୋଦନ

ଗୋପାଳପୁର ବନ୍ଦରରେ ଅଧିକ ନିବେଶ ଓ ପରିକଳ୍ପିତ ପ୍ରକଳ୍ପକୁ ଅନୁମୋଦନ

August 30, 2020 By LocalWire Leave a Comment

ଭୁବନେଶ୍ୱର, ଅଗଷ୍ଟ ୩୦(ଲୋକାଲ ୱାୟାର): ଆଗାମୀ ବର୍ଷଗୁଡ଼ିକରେ ଅଧିକ ନିବେଶ ତଥା ପ୍ରକଳ୍ପ ସ୍ଥାପନ ପାଇଁ ଗୋପାଳପୁର ବନ୍ଦର କର୍ତୃପକ୍ଷଙ୍କ ଯୋଜନାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରଶଂସା କରିଛନ୍ତି ।

ଗୋପାଳପୁର ବନ୍ଦର ଉନ୍ନୟନ କାର୍ଯ୍ୟବିଧି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ ।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢୀ, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠି, ନିର୍ମାଣ ସଚିବ, ମତ୍ସ୍ୟ ଓ ପଶୁପାଳନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ, ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ ।

ଜିପିଏଲରେ ଚାଲିଥିବା କାମ ଓ ଗୋପାଳପୁର ଆଖପାଖରେ ଶିଳ୍ପାୟନ ପାଇଁ ହେବାକୁ ଥିବା ନିବେଶ ଯୋଜନା ସମ୍ପର୍କରେ ଗୋପାଳପୁର ବନ୍ଦର ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ଅମିତ ସାବୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।

ଗୋପାଳପୁର ବନ୍ଦରରେ ଏଲଏନଜି ଟର୍ମିନଲ ନିର୍ମାଣ ପ୍ରସ୍ତାବ ରହିଥିବା ବେଳେ ୨ ହଜାର କୋଟି ଟଙ୍କା ବିନିଯୋଗରେ ସାର କିମ୍ବା ପେଟ୍ରୋକେମିକାଲ ଶିଳ୍ପ ସ୍ଥାପନ ଲକ୍ଷ୍ୟ ରହିଛି ।

ଖାଇବା ତେଲ ରିଫାଇନାରୀ ପ୍ରକଳ୍ପ ସ୍ଥାପନ ଯୋଜନା ମଧ୍ୟ ରହିଛି । ଗୋପାଳପୁର ବନ୍ଦରକୁ ଲୁହା ପଥର ପରିବହନରେ ପ୍ରଚଳିତ କ୍ୟାପିଂ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଆର୍ଟିଫିସିଆଲ କ୍ୟାପିଂ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ଖଣି ଉପନିଦେ୍ର୍ଦଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖେଯାଗ୍ୟ, ରାଜ୍ୟର ଖଣିଗୁଡ଼ିକରୁ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ ଓ ଗଙ୍ଗାଭରମ ବନ୍ଦରକୁ ଟ୍ରକ ଲୋଡିଂ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।

ଇସ୍ପାତ ଓ ଖଣି ବିଭାଗ ସହିତ ଏ ନେଇ ଆଲୋଚନା କରିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି ।

ମହାମାରୀ ସମୟରେ ଗୋପାଳପୁର ବନ୍ଦରର କାର୍ଯ୍ୟଶୈଳୀ ଓ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ ଅଗ୍ରୱାଲ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ଦେଖାଇଥିଲେ ।

ଜିପିଏଲ ୧୨ ଶହ ଏକର ଜମି ଆବଶ୍ୟକ କରୁଥିବା ବେଳେ ଏଯାଏଁ ୩୯୩ ଏକର ଜମି ପ୍ରଦାନ କରାଯାଇଛି । ବାକି ୮ ଶହ ଏକର ଜମି ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।

ନିକଟରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଚିହ୍ନଟ କରିଥିବା ୧୧୯ ଏକର ଜମି ଜିପିଏଲକୁ ଶୀଘ୍ର ହସ୍ତାନ୍ତର କରାଯିବ ।

ରେଳ ଓ ରାସ୍ତା ଯୋଗାଯୋଗ ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।

ରାଜ୍ୟରୁ ରପ୍ତାନୀ ବଢ଼ାଇବାରେ ଜିପିଏଲର ଉଦ୍ୟମକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ରାଜ୍ୟ ରପ୍ତାନୀ ବିକାଶ କମିଟିର ଅଧ୍ୟକ୍ଷ ଭାବେ ୨୦୨୫ ସୁଦ୍ଧା ଏକ ଲକ୍ଷ କୋଟି ଟଙ୍କାର ରପ୍ତାନୀ କାରବାର ଲକ୍ଷ୍ୟ ଥିବା ନୂତନ ରପ୍ତାନୀ ନୀତି ପ୍ରଣୟନ କରାଯାଉଛି ବୋଲି କହିଥିଲେ ।

ରପ୍ତାନୀ ବୃଦ୍ଧି ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅଗ୍ରାଧିକାର ଭିତ୍ତିରେ ବନ୍ଦରର ବିକାଶ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire