• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଗୋଲ୍ଡେନ ଜୁରୀ ଫିଲ୍ମ ଫେଷ୍ଟିଭାଲରେ ‘ରଜ’କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର

ଗୋଲ୍ଡେନ ଜୁରୀ ଫିଲ୍ମ ଫେଷ୍ଟିଭାଲରେ ‘ରଜ’କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର

December 24, 2019 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୪(ଲୋକାଲ ୱାୟାର): ମୁମ୍ବାଇରେ ଅନୁଷ୍ଠିତ ଗୋଲ୍ଡେନ ଜୁରୀ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ‘ରଜ’କୁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ପ୍ରଦାନ କରାଯାଇଛି ।

ଏହି ପୁରସ୍କାର ଗ୍ରହଣ କରିଛନ୍ତି ନିର୍ଦ୍ଦେଶକ ଶିଶିର କୁମାର ସାହୁ । ଚଳଚ୍ଚିତ୍ର ସମ୍ପର୍କରେ ଶ୍ରୀ ସାହୁ କହିଛନ୍ତି, ଓଡ଼ିଆ ସଂସ୍କୃତି, ପରମ୍ପରାର ପର୍ବ ରଜ ।

ଏଥିରେ ରଜ ପଛରେ ରହିଥିବା ଇତିହାସ, ବୈଜ୍ଞାନିକ ତତ୍ତ୍ୱକୁ ବି ଦେଖାଯାଇଛି । ପୂର୍ବରୁ ରଜ ଗୀତ ବା ଶୀର୍ଷକକୁ ନେଇ ବିଭିନ୍ନ ଫିଲ୍ମ ହୋଇଛି ଆମେ କିନ୍ତୁ ରଜକୁ ନେଇ ଫିଲ୍ମ କରିଛୁ । ପୂର୍ବରୁ ଏହା ବିଭିନ୍ନ ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିଛି ।

ତେଣୁ ଏ ପୁରସ୍କାର ଆହୁରି ଉତ୍ସାହିତ କରିଛି । ପିଏସ୍ ମୋସନ୍ ପିକଚର୍ସ ପ୍ରଯୋଜିତ ଏ ସିନେମାର ପ୍ରଯୋଜନା ଏବଂ ସମ୍ପାଦନାରେ ପିନାକୀ ସିଂହ ରହିଛନ୍ତି ।

କାହାଣୀ ରଚନା ଦେବସ୍ରିତା ସିଂହ, ଶୁଭେନ୍ଦୁ ମହାନ୍ତି, ବର୍ଣ୍ଣନା ଡ. ଜିତ୍ ରାୟ, ଫଟୋଗ୍ରାଫିରେ ସିଦ୍ଧାର୍ଥ, ଲୋକେସନ୍ ସାଉଣ୍ଡ ସତ୍ୟବ୍ରତ ମହାନ୍ତି, ଚିନ୍ମୟ ବିଦ୍ୟାଦାତା, ଡିଜାଇନ୍ ଏବଂ ମିକ୍ସିଂ ସଞ୍ଜୟ କୁମାର ମହାରଣା, ସହଯୋଗୀ ସମ୍ପାଦକ ନୈବେଦ୍ୟ ସାମଲ, କାର୍ଯ୍ୟକାରୀ ପ୍ରଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଆସୋସିଏଟ୍ ସିନେମାଟୋଗ୍ରାଫର ସର୍ବେଶ୍ୱର ଦାଶ ଏବଂ ଚିଲୁ, ଡିଜିଟାଲ କଲରିଷ୍ଟ ବିଶ୍ୱଜିତ ସ୍ୱାଇଁ ଏବଂ ପବ୍ଲିସିଟି ଡିଜାଇନର ପୁରୁଷୋତ୍ତମ ସାହୁ ପ୍ରମୁଖ ସହଯୋଗ କରି ବିଭିନ୍ନ ଦିଗରୁ ଏହାକୁ ବଳିଷ୍ଠ କରିବାକୁ ଚେଷ୍ଟା କରିଛନ୍ତି ।

ଖୁସିର କଥା ଶ୍ରୀ ସାହୁଙ୍କ ଅନ୍ୟତମ ଚଳଚ୍ଚିତ୍ର ‘ସ୍ୱାହା’ ବି ଏହି ଫେଷ୍ଟିଭାଲକୁ ମନୋନୀତ ହୋଇଥିଲା ।

ଲୋକାଲ ୱାୟାର

Filed Under: Odia, ମନୋରଞ୍ଜନ Tagged With: ଓଡିଶା, ମନୋରଞ୍ଜନ

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire