• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଗ୍ରାମବାସୀଙ୍କ ନିଆରା ପ୍ରୟାସ: ନିଜସ୍ୱ ଉଦ୍ୟମରେ ନିର୍ମାଣ କଲେ ବାଉଁଶ ପୋଲ

ଗ୍ରାମବାସୀଙ୍କ ନିଆରା ପ୍ରୟାସ: ନିଜସ୍ୱ ଉଦ୍ୟମରେ ନିର୍ମାଣ କଲେ ବାଉଁଶ ପୋଲ

December 19, 2020 By Ashis Senapati Leave a Comment

କେନ୍ଦ୍ରାପଡା, ଡିସେମ୍ବର ୧୯ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଦୈତାରୀପୁର, ପଦନିପାଳ, ଶାସନ, ଖରଖରା, କାଲାମୋଡାଶାସନ, ଲେଙ୍କାପଡା ଗ୍ରାମବାସୀମାନେ ଖରସ୍ରୋତା ନଦୀରେ ବାଉଁଶ ପୋଲ ନିର୍ମାଣ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ଗାଁଗୁଡିକର ସାମାଜିକ ଓ ଆର୍ଥିକ ସ୍ଥିତିରେ କିଛିଟା ପରିବର୍ତନ ଆସିଥିଲେ ମଧ୍ୟ ପୋଲ ନଥିବାରୁ ସର୍ବାଙ୍ଗୀନ ଉନ୍ନତି ହୋଇ ପାରିନାହିଁ ।

ଦୁଇ ମାସ ପୂର୍ବେ ଗ୍ରାମବାସୀମାନେ ପୋଲ ନିର୍ମାଣ ପାଇଁ ଅଂଟା ଭିଡିଥିଲେ । ଏଥିପାଇଁ ୫୦ ହଜାର ଟଙ୍କା ଓ ୨ ହଜାର ବାଉଁଶ ଆଦାୟ ହୋଇଥିଲା ।

୫୦ ଗ୍ରାମବାସୀ ବିନା ମଜୁରୀରେ ୧୮୦ ମିଟରର ପୋଲଟିକୁ ମାତ୍ର ୨୫ ଦିନରେ ତିଆରି କରି ପାରିଛନ୍ତି ବୋଲି ପଦନିପାଳ ଗାଁର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି ।

ପୋଲ ନିର୍ମାଣ କରି ଅଞ୍ଚଳବାସୀ ଏକତାର ପରିଚୟ ଦେଇଛନ୍ତି । କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇନଥିଲା ବୋଲି କହିଛନ୍ତି ଦୈତାରୀପୁର ଗାଁର ରମାକାନ୍ତ ଦାସ ।

ଗ୍ରାମବାସୀଙ୍କ ଏହି ଉଦ୍ୟମ ଜିଲ୍ଲା ପ୍ରଶାସନ ଓ ନେତାମାନଙ୍କ ଆଖି ଖୋଲିବା ପାଇଁ ଯଥେଷ୍ଟ । ଅନ୍ୟ ଗ୍ରାମବାସୀମାନେ ମଧ୍ୟ ଏକାଠି ହୋଇ ସମସ୍ୟା ସମାଧାନ କରିବା ଉଚିତ ବୋଲି ଶାସନ ଗାଁର ସ୍କୁଲ ଶିକ୍ଷକ ମୃତୁ୍ୟଞ୍ଜୟ ସାମଲ କହିଛନ୍ତି ।

ପ୍ରତିଶ୍ରୁତି ସତ୍ତ୍ୱେ ସରକାର ଓ ନେତାମାନେ ପୋଲଟିଏ ନିର୍ମାଣ କରିନଥିଲେ । ତେଣୁ ଆମେ ନିଜସ୍ୱ ଉଦ୍ୟମରେ ପୋଲ ତିଆରି କରିଛୁ ।

ଏହାଦ୍ୱାରା ଆମର ଅନେକ ସମସ୍ୟା ଦୂର ହେବ ବୋଲି କହିଛନ୍ତି ପଦନିପାଳ ଗାଁର ଦାମୋଦର ଦାସ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, କେନ୍ଦ୍ରାପଡା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire