ଭୁବନେଶ୍ୱର, ଡିସେମ୍ବର ୧୬(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ସୋମବାର ସକାଳୁ ଘନ କୁହୁଡ଼ି ଲାଗି ରହିଥିବାରୁ କୋଲକାତାରୁ ଆସିଥିବା ଏକ ବିମାନ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଓହ୍ଲାଇ ନପାରି ପୁଣି ଥରେ ଫେରି ଯାଇଥିବା ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।
ଏୟାର ଇଣ୍ଡିଆର ଏହି ବିମାନଟି ବିମାନବନ୍ଦର ଉପରେ ଦୁଇ ଥର ଚକ୍କର କାଟିବା ପରେ ମଧ୍ୟ ରନୱେ ସ୍ପଷ୍ଟ ନଥିବାରୁ ଓହ୍ଲାଇ ପାରି ନଥିଲା । ।
ଫେରି ଯାଇଥିବା ଯାତ୍ରୀମାନେ କିପରି ଗନ୍ତବ୍ୟ ସ୍ଥଳକୁ ଆସିବେ ତାହାର ବ୍ୟବସ୍ଥା ଏୟାରଲାଇନ୍ସ ପକ୍ଷରୁ ହେଉଥିବା କର୍ତ୍ତୃପକ୍ଷ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଦୁଇ ଦିନ ଘନ କୁହୁଡ଼ି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା । ତେବେ ୨/୩ ଦିନ ମଧ୍ୟରେ ଉପକୂଳ ଜିଲ୍ଲାରେ ଥଣ୍ଡାର ପ୍ରଭାବ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ।
ଲୋକାଲ ୱାୟାର
Leave a Reply