ବରଗଡ଼, ଅଗଷ୍ଟ ୨୨(ଲୋକାଲ ୱାୟାର): ବରଗଡ଼ ଜିଲ୍ଲାର ବିଜେପୁର ଥାନାଞ୍ଚଳରେ ଏକ ପରିବାରରେ ଘର କଳିରୁ ବିଷ ପିଇ ବାପା-ମା’ ଓ ଝିଅ ପ୍ରାଣ ହରାଇଥିବା ସ୍ଥାନୀୟ ପୁଲିସ ଶନିବାର କହିଛି ।
ବିଜେପୁର ଥାନା ଅନ୍ତର୍ଗତ ବେନିଆଚାଲ ଗ୍ରାମର ରଥ ମହାନନ୍ଦ (୪୫)ଙ୍କ ଘରେ କୌଣସି କାରଣରୁ ଶନିବାର ଅପରାହ୍ଣରେ କଳି ହୋଇଥିଲା ।
ଏହାକୁ ନେଇ ରଥ, ପତ୍ନୀ କୁମୁଦିନୀ ମହାନନ୍ଦ (୪୦ ଏବଂ ଝିଅ କବିତା (୧୨) ବିଷ ପିଇ ଦେଇଥିଲେ । ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ବିଜେପୁର ଡାକ୍ତରଖାନାକୁ ନେଇଥିଲେ ।
ସେଠାରେ କବିତାଙ୍କର ମୃତ୍ୟୁ ହୋଇଥିଲା । ପରେ ବରଗଡ଼ ଡାକ୍ତରଖାନାରେ ରଥଙ୍କର ଏବଂ ବୁର୍ଲାରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଘଟଣାର ତଦନ୍ତ ଚାଲିଥିବା ସ୍ଥାନୀୟ ପୁଲିସ କହିଛି ।
ଲୋକାଲ ୱାୟାର
Leave a Reply