ଭୁବନେଶ୍ୱର, ଅକ୍ଟୋବର ୨୮(ଲୋକାଲ ୱାୟାର): ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପ୍ରିଲିମିନାରୀ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି ଏବଂ ଏହା ଡିସେମ୍ବର ୭ ତାରିଖରୁ ଆରମ୍ଭ ହେବ ବୋଲି ଓପିଏସସି ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି ।
ପୂର୍ବରୁ ଏହା ନଭେମ୍ବର ମାସରେ ହେବ ବୋଲି ଘୋଷଣା କରାଯାଇଥିଲା ।
ବିଜ୍ଞପ୍ତି ଅନୁସାରେ ଏହା ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ଶେଷ ହେବ ।
ଏହା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ହେବ ।
ଓସିଏସ ପ୍ରିଲିମିନାରୀ-୨୦୧୯ ପାଇଁ ମୋଟ ୧୮ଶହ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଛନ୍ତି ।
ଲୋକାଲ ୱାୟାର
Leave a Reply