• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ବିଶେଷ : ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ସମ୍ପର୍କରେ କିଛି କଥା

ବିଶେଷ : ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ରଙ୍କ ସମ୍ପର୍କରେ କିଛି କଥା

January 14, 2020 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୧୪(ଲୋକାଲ ୱାୟାର): ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ନିର୍ମାତା, ନିର୍ଦ୍ଦେଶକ, ପ୍ରଯୋଜକ ଓ ଲେଖକ ମନମୋହନ ମହାପାତ୍ରଙ୍କର ସୋମବାର ୬୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆସନ୍ତା ଜାଣିବା ତାଙ୍କ ସମ୍ପର୍କରେ କିଛି କଥା.. ..

-ଶେଷ ସିନେମା ‘ଭିଜା ମାଟିର ସ୍ୱର୍ଗ’

ଭିଜାଇଦେଲା ଭିଜା ମାଟିର ସ୍ୱର୍ଗ । କିଏ ଜାଣିଥିଲା ଏହା ହେବ ତାଙ୍କର ଶେଷ ସିନେମା ।

୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ୱର୍ଗତ ମହାପାତ୍ରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ନିର୍ଦ୍ଦେଶନା, ସହ ମୋଟ୍ ୬ଟି ବର୍ଗରେ ପୁରସ୍କାର ପାଇ ବିଚାରକଙ୍କ ମନ ଜିଣି ନେଇଥିଲା ।

ଏହି ସିନେମା ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ମିହିର ଦାସ, ଶ୍ରେଷ୍ଠ ଚିତ୍ରଗହଣ(ପ୍ରମୋଦ ପତି ସମ୍ମାନ) ଦିଲ୍ଲୀପ ରାୟ, ଶ୍ରେଷ୍ଠ ଚିତ୍ରନାଟ୍ୟ ଆଶୁତୋଷ ମହାପାତ୍ର ଏବଂ ଶ୍ରେଷ୍ଠ ସଂଳାପ ଲେଖକ ଭାବେ ନନ୍ଦଲାଲ ମହାପାତ୍ର ପୁରସ୍କାର ପାଇଥିଲେ ।

ନିର୍ଦ୍ଦେଶକ ଭାବେ ସ୍ୱର୍ଗତ ମହାପାତ୍ର ଏବଂ ପ୍ରଯୋଜକ ଭାବେ ଅକ୍ଷୟ ପରିଜା ପୁରସ୍କାର ଗ୍ରହଣ କରିଥିଲେ ।

ଏହି ପୁରସ୍କାର ଗ୍ରହଣ କରି ହ୍ୟାଟ୍ରିକ୍ ମାରିଥିଲେ ଅକ୍ଷୟ ପରିଜା । ସେ ଏକମାତ୍ର ପ୍ରଯୋଜକ ଭାବେ ତିନିଥର ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।

ତାଙ୍କୁ ହ୍ୟାଟ୍ରିକ୍ ମାରିବାର ସୁଯୋଗ ଦେଇଥିଲେ ସ୍ୱର୍ଗତ ମହାପାତ୍ର । ଯାହା ବି ହେଉ ଏ ସିନେମା ରିଲିଜ୍ ସହ ତାକୁ ନେଇ ଅନେକ କିଛି ଯୋଜନା ହୋଇଥିଲା ।

କିନ୍ତୁ ସବୁ କିଛି ଅଧାରେ ରହିଗଲା । ଏଥିରେ କାମ କରିଥିବା ପୂରା ଟିମ୍ ଆଜି ଝୁରି ହେଉଛି ତାଙ୍କୁ ।

-ମୁନ୍ନା ଭାଇ ନାଁରେ ପରିଚିତ ଥିଲେ

ମନମୋହନ ମହାପାତ୍ର ଯେତିକି ଏହି ନାଁରେ ପରିଚିତ ଥିଲେ ତା’ଠାରୁ ଅଧିକ ପରିଚିତ ଥିଲେ ମୁନ୍ନା ଭାଇ ନାଁରେ ।

ତାଙ୍କ ସହିତ କାମ କରୁଥିବା ସମସ୍ତ ସହକର୍ମୀ ଓ ସାଙ୍ଗସାଥୀ ତାଙ୍କୁ ମୁନ୍ନା ଭାଇ ନାଁରେ ଡାକୁଥିଲେ ।

ତେଣୁ ନିର୍ଦ୍ଦେଶକ ମନମୋହନ ମହାପାତ୍ର ବାହାରେ ମୁନ୍ନା ଭାଇ ପରିଚୟରେ ବଞ୍ଚିଥିଲେ ।

‘ଶୀତ ରାତି’ ଏକ ସଂଯୋଗ…

ସ୍ୱର୍ଗତ ମହାପାତ୍ରଙ୍କ ପ୍ରଥମ ଓଡ଼ିଆ ଫିଚର୍ ଫିଲ୍ମ ଥିଲା ‘ଶୀତ ରାତି’ । ଯାହା ୧୯୭୬ରେ ଆରମ୍ଭ ହୋଇ ୧୯୮୨ରେ ରିଲିଜ୍ ହୋଇଥିଲା ।

ଏହା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ରିଲିଜ୍ ହୋଇଥିଲା ।

ଖୁସିର କଥା ଏହି ସିନେମା ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ଜାତୀୟ ପୁରସ୍କାର ପାଇଥିଲା ।

ଅନେକ କହିଛନ୍ତି ଏହି ଶୀତ ରାତି ତାଙ୍କ ପାଇଁ ଏକ ସଂଯୋଗ ଥିଲା । ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଆଉ ଯେଉଁ ସିନେମା ତାଙ୍କୁ ଏତେ ସ୍ୱୀକୃତି ଦେଇଥିଲା ସେହି ଶୀତ ରାତିରେ ଆଜି ସେ ନିରବିଗଲେ ।

ତେଣୁ ଶୀତ ରାତି ଓ ତାଙ୍କ ଭିତରେ ଥିବା ସମ୍ପର୍କ ଏଇଥିରୁ ଅନୁଭବ କରିପାରୁଥିବେ ।

ସେ ବି ବିଭିନ୍ନ ସାକ୍ଷାତକାରରେ କହିଛନ୍ତି ଏହି ସିନେମା ତାଙ୍କ ପସନ୍ଦର ସିନେମା ଥିଲା ।

-‘ଶୀତ ରାତି’ ସୁଟିଂ ସ୍ଥଳରୁ ‘ନିରବ ଝଡ଼’

ଚଳଚ୍ଚିତ୍ର ‘ଶୀତ ରାତି’ର ସୁଟିଂ ପାଇଁ ସେ କାଳୁପଡ଼ା ଷ୍ଟେସନ୍ ଯାଇଥାନ୍ତି । ସେଠାରେ ଦେଖିଲେ ବହୁ ସଂଖ୍ୟକ ଲୋକେ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

କିନ୍ତୁ କେହି ଖୁସି ନଥିଲେ । ସେହିମାନଙ୍କୁ ଦେଖି ସ୍ୱର୍ଗତ ମହାପାତ୍ର ଚିନ୍ତା କଲେ ନିର୍ମାଣ କରିବେ ସିନେମା ‘ନିରବ ଝଡ଼’ ।

ଅନ୍ୟତମ ଚଳଚ୍ଚିତ୍ର ‘ଅଗ୍ନିବୀଣା’ ବି ଦାଦନ ଉପରେ ପର୍ଯ୍ୟବେସିତ । ମଣିଷର ମନକୁ ଚିହ୍ନି ଚଳଚ୍ଚିତ୍ର ନିର୍ମାଣ କରୁଥିବା ଜଣେ ଭିନ୍ନ ନିର୍ଦ୍ଦେଶକ ଥିଲେ ।

‘ଭିନ୍ନ ସମୟ’ ଚଳଚ୍ଚିତ୍ରରେ ସେହିଭଳି ଜଣେ ବ୍ୟକ୍ତିଙ୍କ ଚଞ୍ଚଳ ମନକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।

-ପ୍ରଭାବିତ କରିଥିଲା ସତ୍ୟଜିତ ରାୟଙ୍କ ସିନେମା

ସ୍ୱର୍ଗତ ମହାପାତ୍ର ସତୁରି ଦଶକରେ ବାପାଙ୍କ ସହ କୋଲକାତାରେ ରହୁଥିଲେ । ଘର ପାଖରେ ଏକ ଷ୍ଟୁଡିଓ ଥିଲା ।

ସେତେବେଳେ ସେଠାକୁ ସେ ଥିଏଟର ଓ ସିନେମା ସୁଟିଂ ଦେଖିବାକୁ ମଝିରେ ମଝିରେ ଚାଲିଯାଉଥିଲେ ।

ଧୀରେ ଧୀରେ ଚଳଚ୍ଚିତ୍ର ପ୍ରତି ତାଙ୍କର ଆକର୍ଷଣ ବଢ଼ୁଥିବାବେଳେ ସତ୍ୟଜିତ ରାୟଙ୍କ ନିର୍ମିତ ‘ଅଶନୀ ସଙ୍କେତ’ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା ।

ଫଳରେ ସେ ଚଳଚ୍ଚିତ୍ର ଜଗତକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ସେହିଦିନଠାରୁ ସେ ପଛକୁ ଫେରିନଥିଲେ ।

-ସ୍ୱପ୍ନରେ ରହିଲା ୫ ଚଳଚ୍ଚିତ୍ର

ଅସୁସ୍ଥତା ଯୋଗୁ ସେ ବାରମ୍ବାର ଡାକ୍ତରଖାନା ଯାଉଥିଲେ ସୁଦ୍ଧା ମନ ଥିଲା ସିନେମାରେ ।

କେତେବେଳେ ଚିକିତ୍ସା ସମୟର ଅନୁଭୂତିକୁ ନେଇ କାହାଣୀ ଲେଖିବି ବୋଲି କହୁଥିଲେ ତ ଆଉ କେତେବେଳେ ଘରେ ବସି ସିନେମାର ପରିକଳ୍ପନା କରୁଥିଲେ ବୋଲି ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ କହିଛନ୍ତି ।

ସବୁବେଳେ ମୋତେ କାହାଣୀ କହୁଥିଲେ । ଗତ ସୋମବାର ତାଙ୍କ ଘରକୁ ଯାଇଥିବା ବରିଷ୍ଠ ସାମ୍ବାଦିକ ତଥା ଜାକିର ଖାନ ସୁଦର୍ଶନ କହିଛନ୍ତି, ସ୍ୱର୍ଗତ ମହାପାତ୍ର ଆହୁରି ୫ଟା ସିନେମା କରିବେ ବୋଲି କହୁଥିଲେ ।

ଏହା କଲା ପରେ ଯାଇ ଖୁସି ମିଳିବ ବୋଲି କହୁଥିଲେ, ଯାହା ଅଧୁରା ରହିଗଲା ।

ଲୋକାଲ ୱାୟାର

Filed Under: Odia, Special, ବିଶେଷ, ମନୋରଞ୍ଜନ Tagged With: Special, ଓଡିଶା, ବିଶେଷ, ମନୋରଞ୍ଜନ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire