ଭୁବନେଶ୍ୱର, ଜୁଲାଇ ୨୫ (ଲୋକାଲ ୱାୟାର) : ଚଳିତ ମାସର ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଶନିବାର ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି ।
ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖ ପ୍ରକାଶ ପାଇବ, ସେ ନେଇ ଦିନେ ଦୁଇ ଦିନ ଭିତରେ ଜଣାଇବୁ ବୋଲି ସେ କହିଛନ୍ତି ।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ଦୁଇ ତାରିଖରେ ଶେଷ ହୋଇଥିଲା ।
ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ରାଜ୍ୟର ୨ ହଜାର ୮୮୮ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା ।
ପରୀକ୍ଷା ପରେ ୬୦ଟି କେନ୍ଦ୍ରରେ ଖାତା ଦେଖା ଚାଲିଥିଲା। ଖାତାଦେଖା ପାଇଁ ୧୫ ହଜାର ଶିକ୍ଷକ ନିଯୁକ୍ତ ହୋଇଥିଲେ।
ଲୋକାଲ ୱାୟାର
Leave a Reply