ବାଲେଶ୍ୱର, ସେପ୍ଟେମ୍ବର ୨୪ (ଲୋକାଲ ୱାୟାର) : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରେ ବୁଧବାର ରାତି ୭ଟାରେ କ୍ଷେପଣାସ୍ତ୍ର ‘ପୃଥ୍ୱୀ-୨’ର ପରୀକ୍ଷଣ ସଫଳ ହୋଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆଇଟିଆର ୩ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯାଇଥିଲା ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍‌କ୍ଷେପଣ କରାଯାଇପାରିବ ।

ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ କିମି ରହିଛି ।ଏହା ୫୦୦ରୁ ୧୦୦୦ କିଗ୍ରା ଯାଏ ଯୁଦ୍ଧାସ୍ତ୍ର ବହନ କରିପାରିବାର କ୍ଷମତା ରହିଛି ।

ଏହାର ଲମ୍ବ ୯ ମିଟର, ମୋଟେଇ ୧୧୦ ସେମି ଏବଂ ଓଜନ ୪.୬ ଟନ୍ ରହିଛି ।

ଲୋକାଲ ୱାୟାର