ଭୁବନେଶ୍ୱର, ଜାନୁଆରୀ ୧୮(ଲୋକାଲ ୱାୟାର): ଓଡ଼ିଶାର ବିଜେପି ନେତାମାନେ ଏଠାରେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ଅପେକ୍ଷା ଓଡ଼ିଶାକୁ କିଭଳି ବାକିଥିବା ୬୦୪୦ କୋଟି ସବସିଡି ଟଙ୍କା ମିଳିବ ସେ ସଂକ୍ରାନ୍ତରେ କେନ୍ଦ୍ରରେ ଥିବା ତାଙ୍କ ଦଳର ସରକାରଙ୍କ ନିକଟରେ ଦାବି ଉଠାଇବାକୁ ବିଜେଡି ନେତାମାନେ ଆହ୍ୱାନ ଦେଇଛନ୍ତି ।
ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ରୋହତି ପୂଜାରୀ ଓ ବିଧାୟକ ରାଜେନ୍ଦ୍ର ଢୋଲକିଆ ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋଭିଡ ମହାମାରୀ ସମୟରେ ଓଡ଼ିଶାର ଚାଷୀମାନେ ୨୦୨୦-୨୧ ବର୍ଷରେ ସେମାନଙ୍କ ଧୈର୍ଯ୍ୟର ପରିଚୟ ଦେଇ ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ କରିଛନ୍ତି ।
ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଉଥିବା ଶ୍ରେଷ୍ଠ ୪ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି ।
ତେବେ କେନ୍ଦ୍ର ସରକାରଙ୍କ ନୀତି ଏବେ ଓଡ଼ିଶାର ଚାଷୀଙ୍କ କାଳ ହୋଇଛି ।
ନିକଟରେ କେନ୍ଦ୍ର ସରକାର ଏକ ପତ୍ର ଲେଖି ୨୦୨୦-୨୧ ରବି ଋତୁରେ ମୂଳ ଆକଳନର ୫୦ ପ୍ରତିଶତ ଉଷୁନା ଚାଉଳ ଉଠାଇବା ପାଇଁ କହିବା ସହ ବଳକା ଚାଉଳ ନେବେନାହିଁ ବୋଲି କହିଛନ୍ତି ।
ଏହି ଚାଷୀ ବିରୋଧୀ ନୀତି ରାଜ୍ୟର ଚାଷୀମାନଙ୍କୁ ଗୁରୁତର ପ୍ରଭାବିତ କରିଛି ।
ଲୋକାଲ ୱାୟାର
Leave a Reply