ବୁର୍ଲା, ଅକ୍ଟୋବର ୨୦ (ଲୋକାଲ ୱାୟାର) ରୋଗୀ ସେବାରେ ଅବହେଳା କରିଥିବା ଅଭିଯୋଗ କରି ବୁର୍ଲା ମେଡିକାଲର ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସମ୍ପର୍କୀୟ ମାନେ ରବିବାର ମାଡ ମାରିଥିବା ଦର୍ଶାଇ ପୁଲିସ ଜଣକୁ ଗିରଫ କରିଥିବା କହିଛି।
ମେଡିକାଲର ନ୍ୟୁରୋ ସର୍ଜନ ଏଏସ ପାଟଯୋଶୀ ସ୍ଥାନୀୟ ଏକ ନର୍ସିଙ୍ଗ ହୋମରେ ଝାରସୁଗୁଡା ଜିଲ୍ଲାର ଥନ ସୁନ୍ଦର ବେହେରାଙ୍କୁ ଚିକିତ୍ସା କରୁଥିଲେ ।
ତାଙ୍କର ଚିକିତ୍ସାରେ ଅସନ୍ତୁଷ୍ଟ ହୋଇ ବେହେରାଙ୍କ ପୁତ୍ର ଓ ଅନ୍ୟ ସମ୍ପର୍କୀୟ ଡାକ୍ତରଙ୍କ ସହ ନର୍ସିଙ୍ଗ ହୋମରେ ପାଟିତୁଣ୍ଡ କରିଥିଲେ।
ପରେ ସେମାନଙ୍କ ମଧ୍ୟରୁ ଦୁଇଜଣ ବୁର୍ଲା ମେଡିକାଲକୁ ଆସି ଅପରେସନ ଥିଏଟର ଭିତରେ ପଶି ସମ୍ପୃକ୍ତ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।
ଏହାକୁ ବିରୋଧ କରି ଅନ୍ୟ ଡାକ୍ତର ଓ ମେଡିକାଲର କର୍ମଚାରୀ ଆକ୍ରମଣକାରୀଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ।
ବନ୍ଦ କୋଠରୀରୁ ଦୁଇଜଣ ଝରକା ଡେଇଁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଧରା ପଡିଥିବା ବେଳେ ରୋଗୀଙ୍କ ପୁତ୍ର ଫେରାର ହୋଇଯାଇ ଥିବା ବରିଷ୍ଠ ପୁଲିସ ଅଧିକାରୀ ଶାନ୍ତନୁ ଦାସ କହିଛନ୍ତି।
ଧରା ପଡିଥିବା ବ୍ୟକ୍ତିକୁ ଗିରଫ କରାଯାଇଥିବା ସେ କହିଛନ୍ତି। ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଲୋକାଲ ୱାୟାର
Leave a Reply