• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଚିଲିକା ହ୍ରଦରେ ବିଦେଶାଗତ ପକ୍ଷୀଙ୍କ ଗଣନା ସମ୍ପର୍କରେ କିଛି ତଥ୍ୟ

ଚିଲିକା ହ୍ରଦରେ ବିଦେଶାଗତ ପକ୍ଷୀଙ୍କ ଗଣନା ସମ୍ପର୍କରେ କିଛି ତଥ୍ୟ

January 6, 2020 By LocalWire Leave a Comment

ଭୁବନେଶ୍ୱର, ଜାନୁଆରୀ ୬(ଲୋକାଲ ୱାୟାର): ଓଡ଼ିଶାର ପୁରୀ, ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୧୧୦୦ କିଲୋମିଟରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ବିଶ୍ୱର ସର୍ବବୃହତ ଉପକୂଳ ହ୍ରଦ ଚିଲିକାରେ ପ୍ରକୃତିର ବୈଚିତ୍ର‌୍ୟ ଦେଖିବାକୁ ମିଳେ ।

ବର୍ଷବ୍ୟାପୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ କେନ୍ଦ୍ର ହୋଇଥିବା ଚିଲିକା ହ୍ରଦ ଶୀତ ଦିନେ ବିଦେଶାଗତ ପକ୍ଷୀଙ୍କ କଳରବରେ ଅଧିକ ଆକର୍ଷଣୀୟ ହୋଇଉଠେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚିଲିକାରେ ହୋଇଥିବା ପକ୍ଷୀ ଗଣନାରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିବା ପରେ ପର୍ଯ୍ୟଟକ ମହଲରେ ଖୁସି ପ୍ରକାଶ ପାଇଛି । ଆସନ୍ତୁ ଜାଣିବା ପକ୍ଷୀ ଗଣନା ସମ୍ପର୍କରେ କିଛି ତଥ୍ୟ.. ..

୧. ଚଳିତ ବର୍ଷ ୨୧ଟି ଟିମ୍ ଜିପିଏସ୍ ଓ ବାଇନାକୁଲର ସହାୟତାରେ ଚିଲିକାର ଟାଙ୍ଗୀ, ସାତପଡ଼ା, ରମ୍ଭା, ବାଲୁଗାଁ ଏବଂ କୃଷ୍ଣପ୍ରସାଦ ଆଦି ୫ଟି ଜୋନରେ ପକ୍ଷୀ ଗଣନା କରାଯାଇଥିଲା ।

ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗରେ ୮ଟି ଟିମ୍ ସୋରଣ, କାଳୁପଡ଼ା, ବାଲିପାଟପୁର, ଭୁଷଣ୍ଡପୁର, ଅଭିମାନପୁର, ସୁନ୍ଦରପୁର ଏବଂ ପକ୍ଷୀ ଅଭୟାରଣ୍ୟ ଭାବେ ପରିଚିତ ମଙ୍ଗଳାଯୋଡ଼ିରେ ଗଣନା କରିଥିଲେ ।

ସେହିପରି ଅନ୍ୟାନ୍ୟ ଜୋନ ରେ ମଧ୍ୟ ଟିମ୍ ନିୟୋଜିତ ହୋଇଥିଲେ । ସ୍ଥଳ ଭାଗରେ ମଧ୍ୟ ୨ଟି ଟିମ୍ ଗଣନା କରିଥିଲେ । ପ୍ରତି ଟିମରେ ଜଣେ ଅଧିକାରୀଙ୍କ ସମେତ ୫ ଜଣ କର୍ମଚାରୀ ଓ ସ୍ୱେଚ୍ଛାସେବୀ ମାନେ ସାମିଲ ହୋଇଥିଲେ ।

୨. ଏହି ପକ୍ଷୀ ଗଣନା ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ଅଫ ସୋସାଇଟିର ବିଶେଷଜ୍ଞ ତଥା ଉପନିର୍ଦ୍ଦେଶକ ଡ. ଏସ. ବାଲଚନ୍ଦ୍ରନ, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଆଲୋକ ରଞ୍ଜନ ହୋତା, ଏସିଏଫ୍ ଶରତ କୁମାର ମିଶ୍ର, ପକ୍ଷୀ ବିଶାରଦ ନନ୍ଦକିଶୋର ଭୂଜବଳ, ଡବ୍ଲୁଡବ୍ଲୁଏଫର ମାଇକେଲ ପିଟରଙ୍କ ସମେତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ ଥିଲେ । ଜାନୁଆରୀ ୬ ତାରିଖ ରବିବାର ସକାଳ ୬ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗଣନା କରାଯାଇଥିଲା ।

୩. ଚଳିତ ବର୍ଷର ଗଣନାରୁ ଜଣାପଡ଼ିଛି ଚିଲିକାକୁ ୧୮୪ ପ୍ରଜାତିର ମୋଟ ୧୧ ଲକ୍ଷ ୫ ହଜାର ୪୦ଟି ପକ୍ଷୀ ଆସିଛନ୍ତି । ସେଥିରୁ ୧୫.୫୩ ବର୍ଗ କିଲୋମିଟର ପରିବ୍ୟାପ୍ତ ନଳବଣରେ କେବଳ ୧୦୨ ପ୍ରଜାତିର ୪ ଲକ୍ଷ ୬ହଜାର ୩୦୮ଟି ପକ୍ଷୀ ଥିବା ଦେଖିବାକୁ ମିଳିଥିଲା । ଏହି ତୁଳନାରେ ଗତବର୍ଷ ଚିଲିକାକୁ ମୋଟ ୧୮୧ଟି ପ୍ରଜାତିର ୧୯ ଲକ୍ଷ ୪୭ ହଜାର ୯୬୭ଟି ପକ୍ଷୀ ଆସିଥିଲେ । ତେଣୁ ଚଳିତ ବର୍ଷ ୫୭ ହଜାର ୭୩ଟି ପକ୍ଷୀ ଅଧିକ ଚିଲିକାକୁ ଆସିଥିବା ଗଣନାରୁ ପ୍ରକାଶ ।

୪. ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ଗଡୱାଲ ପ୍ରଜାତିର ସର୍ବାଧିକ ୨ ଲକ୍ଷ ୫ ହଜାର ୮୮୩ଟି, ନର୍ଦନ ପ୍ରିଣ୍ଟେଲ ୧ ଲକ୍ଷ ୮୨ ହଜାର ୧୭୭, ୟୁରାସିଅନ ୱିଜିଅନ ପ୍ରଜାତିର ୧ ଲକ୍ଷ ୪୩ ହଜାର ୪୧୮ଟି ପକ୍ଷୀ ଚିହ୍ନଟ କରାଯାଇଛି ।

୫. ଚଳିତ ବର୍ଷ ଦୀର୍ଘ ବର୍ଷ ଧରି ବିଲୁପ୍ତ ଥିବା ଗ୍ରେଟନନ୍ ପ୍ରଜାତିର ୨ଟି ପକ୍ଷୀଙ୍କୁ ଠାବ କରାଯିବା ଆନନ୍ଦର ବିଷୟ । ବିଶେଷ କରି ଏହି ପକ୍ଷୀ ଗୁଡ଼ିକ ମଧ୍ୟ-ଏସିଆ ଓ ପୂର୍ବ-ରୁଷିଆରେ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଚିନ୍ତାର ବିଷୟ ଯେ ଚିଲିକାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଫ୍ଲେମିଂ ହଂସ ଚଳିତ ବର୍ଷ ହ୍ରାସ ପାଇଛନ୍ତି । ଏ ବର୍ଷ ଏମାନଙ୍କ ସଂଖ୍ୟା ରହିଛି ୧୩୫୦ ।

୬. ପୂର୍ବ ବର୍ଷ ମାନଙ୍କରେ ହୋଇଥିବା ଗଣନା ଅନୁଯାୟୀ ୨୦୦୯ ମସିହାରେ ୧୫୬ଟି ପ୍ରଜାତିର ମୋଟ ୮ ଲକ୍ଷ ୯୦ ହଜାର ୮୧୩ଟି ପକ୍ଷୀ ଚିଲିକା ଆସିଥିବା ବେଳେ ସେଥିରୁ ନଳବଣରେ ୫ ଲକ୍ଷ ୧୩ ହଜାର ୪୫୮ଟି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା ।

୭. ୨୦୧୦ ମସିହା ଗଣନାରେ ଚିଲିକାରେ ୧୮୦ ପ୍ରଜାତିର ମୋଟ ୯ ଲକ୍ଷ ୨୪ ହଜାର ୫୭୮ଟି ପକ୍ଷୀ ଥିବା ବେଳେ ନଳବଣରେ ଥିଲେ ୫ ଲକ୍ଷ ୮ ହଜାର ୫୧ଟି ପକ୍ଷୀ ।

୨୦୧୧ ମସିହାରେ ୧୬୪ଟି ପ୍ରଜାତିର ୮ ଲକ୍ଷ ୪ ହଜାର ୪୫୨ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୮୨ ହଜାର ୨୯୦ଟି ପକ୍ଷୀ ।

୮. ୨୦୧୨ ମସିହାର ଗଣନାରେ ୧୬୬ଟି ପ୍ରଜ।।ତିର ୮ ଲକ୍ଷ ୮୩ ହଜାର ୬୦ଟି ପକ୍ଷୀ ଚିିଲିକାରେ ଦେଖିବାକୁ ମିଳିଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୧୮ ହଜାର ୧୦୮ଟି ପକ୍ଷୀ । ୨୦୧୩ ଗଣନାରେ ୧୮୦ ପ୍ରଜାତିର ୮ ଲକ୍ଷ ୭୭ ହଜାର ୩୨୨ଟି ପକ୍ଷୀ ଠାବ ହୋଇଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୪୬ ହଜାର ୮୭୭ଟି ପକ୍ଷୀ ।

୯. ୨୦୧୪ ମସିହାର ଗଣନାରେ ଚିଲିକାକୁ ୧୫୮ଟି ପ୍ରଜାତିର ୭ ଲକ୍ଷ ୧୯ ହଜାର ୨୬୨ଟି ପକ୍ଷୀ ଠାବ ହୋଇଥିବା ବେଳେ ନଳବଣରେ ଥିଲେ ୪ ଲକ୍ଷ ୧୫ ହଜାର ୧୩୫ଟି ପକ୍ଷୀ । ୨୦୧୫ ମସିହାରେ ୧୭୨ ପ୍ରଜାତିର ୭ ଲକ୍ଷ ୬୧ ହଜାର ୯୪୦ଟି ପକ୍ଷୀ ଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୯୦ ହଜାର ୬୯୭ଟି ପକ୍ଷୀ ।

୨୦୧୬ ମସିହାରେ ଚିଲିକାରେ ୧୬୧ ପ୍ରଜାତିର ୮ ଲକ୍ଷ ୫୮ ହଜାର ୮୫୫ଟି ପକ୍ଷୀ ଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୯୭ ହଜାର ୮୨୫ଟି ପକ୍ଷୀ ।

୧୦. ୨୦୧୭ ମସିହାରେ ୧୬୬ଟି ପ୍ରଜାତିର ୯ ଲକ୍ଷ ୪୭ ହଜାର ୧୧୯ଟି ପକ୍ଷୀ ଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୭୪ ହଜାର ୭୫୭ଟି ପକ୍ଷୀ । ୨୦୧୮ ମସିହାରେ ୧୪୭ ପ୍ରଜାତିର ୮ ଲକ୍ଷ ୯୩ ହଜାର ୩୯୦ଟି ପକ୍ଷୀ ଥିବା ବେଳେ ନଳବଣରେ ଥିଲେ ୩ ଲକ୍ଷ ୨୦ ହଜାର ୮୨୬ଟି ପକ୍ଷୀ ।

୨୦୧୯୯ ମସିହାର ଗଣନାରେ ଜଣାପଡ଼ିଥିଲା ଚିଲିକାକୁ ୧୮୧ ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୭ଟି ପକ୍ଷୀ ଆସିଥିବା ବେଳେ ସେଥିରୁ ନଳବଣରେ ଆଶ୍ରୟ ନେଇଥିଲେ ୫ ଲକ୍ଷ ୪୧ ହଜାର ୧୮୧ଟି ପକ୍ଷୀ ।

ଲୋକାଲ ୱାୟାର

Filed Under: Odia, ପରିବେଶ Tagged With: ଓଡିଶା, ଗଞ୍ଜାମ, ପରିବେଶ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire