• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଚିିଲିକାର ଜୈବ ବିବିଧତା ସର୍ବେକ୍ଷଣ, ଦୃଶ୍ୟ ହେଲେ ୧୫୬ ଇରାୱାଡି ଡଲଫିନ୍

ଚିିଲିକାର ଜୈବ ବିବିଧତା ସର୍ବେକ୍ଷଣ, ଦୃଶ୍ୟ ହେଲେ ୧୫୬ ଇରାୱାଡି ଡଲଫିନ୍

January 15, 2021 By LocalWire Leave a Comment

ଭୁବନେଶ୍ୱର,ଜାନୁଆରୀ ୧୫(ଲୋକାଲ ୱାୟାର): ଚିଲିକାର ଜୈବବିବିଧତାକୁ ଆକଳନ କରିବା ପାଇଁ ଚିଲିକା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ଶୁକ୍ରବାର ଚିଲିକାର ସର୍ବେକ୍ଷଣ କରାଯାଇଛି ।

ଚଳିତ ବର୍ଷ ଚିଲିକା ସର୍ବେକ୍ଷଣ ପାଇଁ ୧୮ଟି ଦଳ ଗଠନ କରାଯାଇଥିବା ବେଳେ ଏଥିରେ ୧୦୦ ଜଣ ଅଧିକାରୀ ସାମିଲ ହୋଇଥିଲେ ।

ସକାଳ ୬ରୁ ଦିନ ୧୨ଟା ଯାଏଁ ଏହି ସର୍ବେକ୍ଷଣ ଚାଲିଥିଲା । ଯେଉଁଥିରେ ସରକାରୀ ଅଧିକାରୀ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସାମିଲ ହୋଇଥିଲେ ।

ଟ୍ରାନ୍ସଆକ୍ଟ ସର୍ଭେ ପଦ୍ଧତିରେ କରାଯାଇଥିବା ଏହି ସର୍ବେକ୍ଷଣ ସାଧାରଣତଃ ଜଳଚର ଜୀବମାନଙ୍କ ସର୍ବେକ୍ଷଣ ପାଇଁ ବ୍ୟବହାର କରାଯାଇଥାଏ ।

ଆଜିର ସର୍ବେକ୍ଷଣରେ ପ୍ରତି ଦଳକୁ ବିଭାଗ ତରଫରୁ ବାଇନାକୁଲର, ଜିପିଏସ୍, ରେଞ୍ଜ ଫାଇଣ୍ଡର ଓ ତଥ୍ୟ ସଂଗ୍ରହ ସିଟ୍ ଆଦି ପ୍ରଦାନ କରାଯାଇଥିଲା ।

ଏହି ସର୍ବେକ୍ଷଣରେ ଇରାୱାଡି ଡଲଫିନର ଆକଳନ କରାଯାଇଛି । ଯଦିଓ ରବିବାର ଏନେଇ ସ୍ୱତନ୍ତ୍ର ଗଣନା ହେବ ତଥାପି ଆଜିର ଚିଲିକା ସର୍ବେକ୍ଷଣ ସମୟରେ ଦଳ ୧୫୬ଟି ଇରାୱାଡି ଡଲଫିନକୁ ଦେଖିବାକୁ ପାଇଛନ୍ତି ।

୨୦୦୩ ମସିହାରେ ପ୍ରଥମ ଥର ପାଇଁ ଚିଲିକାରେ ଇରାୱାଡି ଡଲଫିନ୍ ଗଣନା ହୋଇଥିଲା ।

୨୦୧୩ରେ ଜଙ୍ଗଲ ବିଭାଗ ଚିଲିକାରୁ ୧୫୨ଟି ଇରାୱାଡି ଡଲଫିନ୍ ପାଇଥିବା ବେଳେ ୨୦୧୪ରେ ୧୫୮,୨୦୧୫ରେ ୧୬୦, ୨୦୧୭ରେ ୧୨୧, ୨୦୧୮ରେ ୧୫୫, ୨୦୧୯ରେ ୧୫୦ ଓ ୨୦୨୦ରେ ୧୫୬ଟି ଡଲଫିନ୍ ମିଳିଥିବା ଜଣାଯାଇଛି ।

ଜଙ୍ଗଲ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟ ବନ୍ୟଜନ୍ତୁ ୱିଙ୍ଗ୍ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଚିଲିକାରେ ଇରାୱାଡି ଡଲଫିନ୍ ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଡଲଫିନମାନଙ୍କ ପରିଚାଳନାକୁ ସୁରକ୍ଷିତ କରିବା ପାଇଁ ପୂର୍ବରୁ ଚିଲିକା ଭିତରେ ଡଲଫିନ୍ ରହୁଥିବା ସ୍ଥାନକୁ ଚିହ୍ନଟ କରାଯାଇ ପାରିଛି ।

ଡଲଫିନ୍ ଦେଖିବାର ନିୟମ ବି ପ୍ରଣୟନ ହେବା ସହ ଏଦିଗରେ ବୋଟ ମାଲିକମାନଙ୍କୁ ସଚେତନ କରାଯାଇଛି ।

ମଗରମୁଖ ଚ୍ୟାନେଲ୍ ଡଲଫିନମାନଙ୍କ କରିଡର ଥିବା ବେଳେ ଏହି ରାସ୍ତାରେ ସେମାନେ ସୁରକ୍ଷିତ ଭାବେ ବିଚରଣ କରିଥାନ୍ତି ।

ସେହିପରି ଆଜିର ସର୍ବେକ୍ଷଣରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଏକ ନିୟୁତରୁ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

ସେହିପରି ଚିଲିକାରେ ଅଳ୍ପ କିଛି ଘେରି ପୁଣିଥରେ ଆରମ୍ଭ ହୋଇଥିବା ସର୍ବେକ୍ଷଣ ବେଳେ ଜଣାଯାଇଛି ।

ଏହାକୁ ଉଚ୍ଛେଦ କରିବା ପାଇଁ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ସହାୟତାରେ ପଦକ୍ଷେପ ନିଆଯିବ ।

ଲୋକାଲ ୱାୟାର

Filed Under: Uncategorized Tagged With: ଓଡିଶା, ଖୋର୍ଦ୍ଧା, ଗଞ୍ଜାମ, ପୁରୀ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire