• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଚେତିନି ପ୍ରଶାସନ, ହୁକିଟୋଲାକୁ ବିପଜ୍ଜନକ ଯାତ୍ରା କରୁଛନ୍ତି ପର୍ଯ୍ୟଟକ

ଚେତିନି ପ୍ରଶାସନ, ହୁକିଟୋଲାକୁ ବିପଜ୍ଜନକ ଯାତ୍ରା କରୁଛନ୍ତି ପର୍ଯ୍ୟଟକ

January 20, 2020 By Ashis Senapati Leave a Comment

କେନ୍ଦ୍ରାପଡ଼ା, ଜାନୁଆରୀ ୨୦ (ଲୋକାଲ ୱାୟାର): ଗତବର୍ଷ ଜାନୁଆରୀ ୨ର ମର୍ମନ୍ତୁଦ ଡଙ୍ଗାବୁଡ଼ି ଘଟଣା ପରେ ବି ଏବେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ବିପଜ୍ଜନକ ଭାବେ ଡଙ୍ଗାରେ ବସି ପ୍ରସିଦ୍ଧ ହୁକିଟୋଲା ଦ୍ବୀପ ବୁଲିବାକୁ ଯାଉଛନ୍ତି।

ଗତବର୍ଷ ୨ ଜାନୁଆରୀରେ ହୁକିଟୋଲା ଯିବା ବାଟରେ ଡଙ୍ଗାବୁଡ଼ି ଆଠ ଜଣ ପିଲାଙ୍କ ସମେତ ୧୦ ଜଣ ପ୍ରାଣ ହରାଇଥିଲେ ଏବଂ ଏହା ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ମାଛମରା ଡଙ୍ଗା ଓ ଅସୁରକ୍ଷିତ ଡଙ୍ଗା ଚଳାଚଳ ନିଷେଧ କରିଥିଲା।

କେବଳ ହୁକିଟୋଲା ନୁହେଁ, ଲାଇଟ୍ ହାଉସ୍, ଅଗରାନାସୀ, ମଦାଲି ସମେତ ଅନ୍ୟ ଦ୍ବୀପକୁ ବୁଲିଯିବା ପାଇଁ ଏସବୁ ଡଙ୍ଗା ଉପରେ କଟକଣା ଲଗାଇଥିଲା।

ତେବେ କେବଳ ନିର୍ଦ୍ଦେଶନାମା ଜାରି କରି ପ୍ରଶାସନ ଚୁପ୍ ରହିଥିବାରୁ ଏବେବି ପୂର୍ବଭଳି ଜୀବନକୁ ପାଣି ଛଡ଼ାଇ ପର୍ଯ୍ୟଟକମାନେ ଦେଶୀ ମାଛମରା ଡଙ୍ଗାରେ ଏସବୁ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି।

ସ୍ଥାନୀୟ ଖରିନାସୀର ମତ୍ସ୍ୟଜୀବୀ ତଥା ଡଙ୍ଗା ମାଲିକ ବିକ୍ରମ ମଣ୍ଡଳ କହିଛନ୍ତି ଯେ, କେବଳ ଅଲିଭରିଡଲେ କଇଁଚଙ୍କ ସୁରକ୍ଷା ଲାଗି ନଭେମ୍ବର ପହିଲାରୁ ୩୧ ମେ ପର୍ଯ୍ୟନ୍ତ ଏହି ଅଂଚଳରେ ମାଛମରା ଉପରେ ଅଙ୍କୁଶ ଲଗାଯାଉଛି, ତେବେ ପର୍ଯ୍ୟଟକମାନେ ସେହି ଆଗଭଳି ବିପଜ୍ଜନକ ଅବସ୍ଥାରେ ସମୁଦ୍ର ଭିତରକୁ ଯାଉଛନ୍ତି।

“ମାଛମରା ବନ୍ଦ ଥିବାରୁ କେତେକ ଡଙ୍ଗାମାଲିକ ରୋଜଗାର ଆଶାରେ ଶୀତଦିନରେ ସେମାନଙ୍କ ଡଙ୍ଗାରେ ପର୍ଯ୍ୟଟକଙ୍କୁ ହୁକିଟୋଲା ଓ ବତୀଘର ବୁଲାଇନେଉଛନ୍ତି,” ବୋଲି କହିଛନ୍ତି ଜମ୍ବୁର ଜଣେ ଡଙ୍ଗା ମାଲିକ ଅର୍ଜୁନ ହାଲଦାର।

ମହାକାଳପଡ଼ା ବ୍ଲକରେ ଥିବା ଶହ ଶହ ବର୍ଷ ପୁରୁଣା ହୁକିଟୋଲା କୋଠା ଓ ବତୀଘର ଦ୍ବୀପରେ ଥିବା ଲାଇଟ ହାଉସ୍ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣ ରହିଆସିଛି।

ତେବେ ସେମାନେ ଏସବୁ ସ୍ଥାନକୁ ଯାଉଥିବା ଡଙ୍ଗା ନିରାପଦ କି ନୁହେଁ, ତାର ତଦାରଖ କରିବାକୁ କେହି ନାହାନ୍ତି।

ଏପରିକି ଅନେକ ସମୟରେ ଅଣକୁଶଳୀ ଡଙ୍ଗାଚାଳକ ଭରସାରେ ସେମାନେ ସମୁଦ୍ର ଭିତରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।


“ପର୍ଯ୍ୟଟକଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିବା ପ୍ରଶାସନର ଦାୟିତ୍ବ”, ବୋଲି କହନ୍ତି କେନ୍ଦ୍ରାପଡ଼ାର ଟୁର୍ ଅପରେଟର୍ ଅମର ଦାସ।

ହୁକିଟୋଲା ଦ୍ବୀପ ବନ ବିଭାଗ ଅଧୀନରେ ଥିବାବେଳେ ସମୁଦ୍ର ଭିତରକୁ ଡଙ୍ଗାରେ ଗଲାବେଳେ ପର୍ଯ୍ୟଟକଙ୍କ ପାଇଁ ଲାଇଫ୍ ଜାକେଟ୍ କେବଳ ନିୟମ ଅନୁସାରେ ବାଧ୍ୟତାମୂଳକ କରାଯାଇଛି। ଏହାକୁ କେହି ମାନୁନାହାନ୍ତି।

ଅପରପକ୍ଷରେ ସମୁଦ୍ର ମଧ୍ୟରେ ଥିବା ହୁକିଟୋଲା ଓ ବତୀଘର ସମେତ ଅନ୍ୟ ଜାଗା ବୁଲେଇନେଉଥିବା ଡଙ୍ଗାମାଲିକମାନଙ୍କୁ ଏନେଇ ସତର୍କ କରାଯାଇଥିବା ମହାକାଳପଡ଼ା ରେଞ୍ଜ ଅଫିସର୍ ସହଜିଚରଣ ବିଶ୍ବାଳ କହିଛନ୍ତି।

ଲୋକାଲ୍ ଓ୍ବାୟାର୍

Filed Under: Odia, ଘଟଣା Tagged With: ଓଡିଶା, କେନ୍ଦ୍ରାପଡା, ଘଟଣା

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire