ବ୍ରହ୍ମପୁର, ନଭେମ୍ବର ୨୯(ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲାର ଆସ୍କା ପୁଲିସ ରବିବାର ଚଢ଼ାଉ କରି ଏକ ଚୋରା ବନ୍ଧୁକ ର୍ୟାକେଟର ୮ ଅପରାଧୀଙ୍କୁ ଗିରଫ କରିବା ସହ ୧୦ଟି ଦେଶୀ ପିସ୍ତଲ ଓ ୫୩ଟି ଗୁଳି ଜବତ କରିଛି ।
ଏହି ର୍ୟାକେଟକୁ ଠାବ କରିବାକୁ ଆସ୍କା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା । ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲା ।
ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିଲା ବୋଲି କହିଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ବି.କେ. ମଲ୍ଲିକ ।
ସେମାନଙ୍କ ନିକଟରୁ ୧୦ଟି ଦେଶୀ ପିସ୍ତଲ, ୫୩ ରାଉଣ୍ଡ ଗୁଳି, ଦୁଇଟି ଖଣ୍ଡା, ଦୁଇଟି ଛୁରୀ, ଗୋଟିଏ କୁରାଢ଼ି, ଦୁଟି ଲୁହା ଛଡ଼, ୧୨ଟି ଦେଶୀ ବୋମା, ୮ଟି ମୋବାଇଲ ଫୋନ୍, ୪ଟି ବାଇକ୍, ଲଙ୍କାଗୁଣ୍ଡ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
ଜବତ ପିସ୍ତଲ ଗୁଡ଼ିକ ମଧ୍ୟରେ ରହିଛି ୭ଟି ୭.୬ ଏମଏମ ପିସ୍ତଲ, ୨ଟି ୯ ଏମଏମ ପିସ୍ତଲ, ଗୋଟିଏ ୬ ଏମଏମ ସିଙ୍ଗଲ ସଟ୍ ପିସ୍ତଲ ।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ବାହାଡ଼ାଗୁଡ଼ାର ମୁରଲୀଧର ବିଶୋୟୀ (୩୩), ଜାହାଡ଼ାର ଭଗବାନ ସ୍ୱାଇଁ (୩୨), ବାଦୁଲାର ବିଶ୍ୱଜିତ ନାୟକ (୨୫), ଗାଙ୍ଗପୁରର ଟୁକୁନା ସ୍ୱାଇଁ (୪୦), ଶଙ୍କର ବିଶୋୟୀ (୩୮), ବିନୟ ସାହୁ (୨୩), କଳସୁତାର ମାଧବ ଗୌଡ଼ (୩୦) ଥିବା କହିଛନ୍ତି ଆସ୍କା ଥାନା ଆଇଆଇସି ପି.କେ. ସାହୁ ।
ଲୋକାଲ ୱାୟାର
Leave a Reply