ଭୁବନେଶ୍ବର, ଜାନୁଆରୀ ୧୦ (ଲୋକାଲ ୱାୟାର): ଫ୍ରାଇଡେ ରିଲିଜରେ ଶୁକ୍ରବାର ପରଦାକୁ ଆସିଥିବା ଦୀପିକା ପାଦୁକୋନଙ୍କ ଚର୍ଚ୍ଚିତ ଫିଲ୍ମ ‘ଛପାକ୍’ ଓଡ଼ିଶାର ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ କାହାଣୀକୁ ମନେପକାଇଦେଇଛି।
୨୦୦୫ ମସିହାରେ ଦିଲ୍ଲୀର ୧୫ ବର୍ଷର ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ସଂଘର୍ଷର କାହାଣୀକୁ ନେଇ ‘ଛପାକ୍’ ନିର୍ମିତ ହୋଇଥିବାବେଳେ ଏଭଳି ଏସିଡ୍ ଆକ୍ରମଣ ଘଟଣା ଓଡ଼ିଶାରେ ବି କମ୍ ନୁହେଁ।
ଏସିଡ୍ ଆକ୍ରମଣରୁ ବର୍ତ୍ତିଯାଇଥିବା ମହିଳାଙ୍କ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ଏସିଡ୍ ସର୍ଭାଇଭର୍ସ ଆଣ୍ଡ ଓମେନ୍ ଓ୍ବେଲଫେୟାର୍ ଫାଉଣ୍ଡେସନ୍ (ଏ.ଏସ୍.ଡବ୍ଲୁ.ଡବ୍ଲୁ.ଏଫ.)ର ତଥ୍ୟ ଅନୁସାରେ, ୨୦୧୧ରୁ ୨୦୧୯ ମଧ୍ୟରେ ଓଡ଼ିଶାରେ ୭୦ଟି ଏସିଡ୍ ଆକ୍ରମଣ ଘଟଣା ଘଟିଛି।
ନିକଟରେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ୨୦୦୮ର ରିପୋର୍ଟ ଅନୁସାରେ, ଏସିଡ୍ ଆକ୍ରମଣ ମାମଲାରେ ସାରା ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।
ତଥ୍ୟ ଅନୁଯାୟୀ, ୨୦୧୩ରେ ଓଡ଼ିଶାରେ ଦୁଇଟି ଏସିଡ୍ ଆକ୍ରମଣ ଘଟଣା ଘଟିଥିବାବେଳେ ୨୦୧୪ରେ ୧୦, ୨୦୧୫ରେ ୫, ୨୦୧୬ରେ ୧୨, ୨୦୧୭ରେ ୧୩ ଓ ୨୦୧୮ଟି ୧୩ଟି ଏଭଳି ଘଟଣା ଘଟିଛି।
ଏହା ସହ ପଢନ୍ତୁ
ସାଇକେଲରେ ଯାଉଥିବା ଦୁଇ ଛାତ୍ରୀଙ୍କୁ ଏସିଡ୍ ମାଡ଼, ଅଭିଯୁକ୍ତ ଗିରଫ
ରାଜ୍ୟରେ ୮ ବର୍ଷରେ ୭୦ ଏସିଡ୍ ଆକ୍ରମଣ, ପୀଡ଼ିତାଙ୍କ ପାଇଁ ସାମାଜିକ ସୁରକ୍ଷା ଦାବି
ଉଲ୍ଲେଖଯୋଗ୍ୟ, ୨୦୦୬ରେ ଏସିଡ ଆକ୍ରମଣ ଉପରେ ଅଙ୍କୁଶ ଲଗାଇବା ତଥା ପୀଡ଼ିତାଙ୍କ ସାମାଜିକ ସୁରକ୍ଷା ପାଇଁ ଲକ୍ଷ୍ମୀ ଅଗ୍ରଓ୍ବାଲ୍ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର୍ କରିଥିଲେ।
ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୨୦୧୩ରେ କେନ୍ଦ୍ର ସରକାର ସମେତ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶର ସରକାରମାନଙ୍କୁ ଏସିଡ୍ ବିକ୍ରି ଉପରେ କଟକଣା ଲଗାଇବା ସହ ପ୍ରତି ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଓଡ଼ିଶା ସରକାର ୨୦୧୪ରେ ଖୋଲାରେ ଏସିଡ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ବିଭିନ୍ନ ପଦକ୍ଷେପ ନେଇଥିଲେ।
ଲୋକାଲ ୱାୟାର
Leave a Reply