କଟକ, ନଭେମ୍ବର ୨୩(ଲୋକାଲ ୱାୟାର): କଟକର ମାଲଗୋଦାମ ଅଞ୍ଚଳରେ କ୍ରମାଗତ ଭାବେ ବିଭିନ୍ନ ପ୍ରକାର ନକଲି ପାନମସଲା ଗୋଦାମ ଓ କାରଖାନା ଜବତ ହୋଇ ଆସୁଥିବା ବେଳେ ସୋମବାର ପୁଣି ଥରେ ଜଗତପୁର ଅଞ୍ଚଳରେ ଏକ ଗୁଟଖା କାରଖାନାରୁ ପ୍ରାୟ ୧ କୋଟି ଟଙ୍କାର ନକଲି କଞ୍ଚାମାଜ ଜବତ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।
ଜଗତପୁର ଶିଳ୍ପାଞ୍ଚଳର ଲତା ଏଣ୍ଟରପ୍ରାଇଜେସ୍ ନାମକ ସଂସ୍ଥାରେ କାରଖାନାରେ ସ୍ଥାନୀୟ ପୁଲିସ ଟିମ୍ ଆଜି ପୂର୍ବାହ୍ନରେ ଚଢ଼ାଉ କରିଥିଲା ।
କାରଖାନାରୁ ମାଲିକ ଏବଂ କର୍ମଚାରୀମାନେ ଫେରାର ହୋଇଯାଇଥିଲେ ।
କାରଖାନାରୁ ବହୁ ମେସିନ୍, ବସ୍ତା ବସ୍ତା ନକଲି କଞ୍ଚାମାଲ, କେମିକାଲ, ନାମୀଦାମୀ କମ୍ପାନୀ ଲେବୁଲ, ବିଷାକ୍ତ ପାଉଡର ଜବତ ହୋଇଛି ।
ଗତକାଲି ମଧ୍ୟ ଟାଙ୍ଗୀ ଅଞ୍ଚଳରୁ ଏକ ନକଲି ଜର୍ଦ୍ଦା ଓ ଗୁଟଖା କାରଖାନା ଜବତ ହୋଇଥିଲା ।
ଲୋକାଲ ୱାୟାର
Leave a Reply