ଜଗତସିଂହପୁର, ଅଗଷ୍ଟ ୨୫ (ଲୋକାଲ ୱାୟାର) : କରୋନା ପାଇଁ ଚଳିତ ବର୍ଷ ସାର୍ବଜନୀନ ଦୁର୍ଗାପୂଜା ବନ୍ଦ ପାଇଁ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ର।
ଜିଲ୍ଲପାଳ କହିଛନ୍ତି, ଏଥିର ଦୁର୍ଗାପୂଜା ହେବନାହିଁ ବା କୌଣସି ମୂର୍ତ୍ତି ନିର୍ମାଣ କରାଯିବ ନାହିଁ ।
ତେବେ ପରମ୍ପରା ଅନୁସାରେ ମାଟି ଉଠିବା ପାଇଁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି ।
ସାମାଜିକ ଦୂରତା ରକ୍ଷା କରି ବିନା ବାଣ-ବାଜାରେ ମାଟି ଉଠିପାରିବ । ମାତ୍ର ୪ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ।
ମଣ୍ଡପମାନଙ୍କରେ ଘଟ ପୂଜନକୁ ଅନୁମତି ଦିଆଯାଇଛି । ବୈଠକରେ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।
ସୋମବାର ଅପରାହ୍ଣରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ କୋଭିଡ୍ ମାର୍ଗଦର୍ଶିକା ଅନୁଯାୟୀ ଦୁର୍ଗା ଓ ହରପାର୍ବତୀ ପୂଜା କମିଟିର ସ୍ୱଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଲୋକାଲ ୱାୟାର
Leave a Reply