ଜଗତସିଂହପୁର, ନଭେମ୍ବର ୨୯(ଲୋକାଲ ୱାୟାର): ଆସନ୍ତାକାଲିର କାର୍ତ୍ତିକ ପୂର୍ଣ୍ଣମୀକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ୧୪ଟି ମନ୍ଦିରରେ ନିଷେଧାଦେଶ ଜାରି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ବିଶେଷ କରି ଶାରଳା ମନ୍ଦିର, କନକପୁର ଓ ପାରାଦୀପର ଜଗନ୍ନାଥ ମନ୍ଦିର ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ପୁଲିସକୁ କୁହାଯାଇଛି ।
ଶାରଳା ମନ୍ଦିର, ପାରାଦୀପ ମୁ୍ୟନିସିପାଲିଟିର ଜଗନ୍ନାଥ ମନ୍ଦିର, ଗଡ଼କୁଜଙ୍ଗର ଜଗନ୍ନାଥ ମନ୍ଦିର, ପଞ୍ଚୁପଲ୍ଲୀର ଗ୍ରାମେଶ୍ୱର ମନ୍ଦିର, ସାହାଡ଼ାବେଦୀର ସରବନ୍ତ ଜଗନ୍ନାଥ ମନ୍ଦିର, ଗୋାର ଶ୍ରୀବୃନ୍ଦାବନବିହାରୀ ଜୀଉ, ଗାରୋଇ ଜଗନ୍ନାଥ ମନ୍ଦିର, ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର, ଗୋଥଡ଼ା ମନ୍ଦିର, ଚନ୍ଦ୍ରପୁର ଜଗନ୍ନାଥ ମନ୍ଦିର, ଅଲଣା ଜଗନ୍ନାଥ ମନ୍ଦିର, ଧ୍ୟାନକୁଦ ଜଗନ୍ନାଥ ମନ୍ଦିର, ସୋମନାଥ ସ୍ଥିତ ମୁଚୁକୁନ୍ଦ ମହାଦେବ ମନ୍ଦିର, ଗଟନାଥ ମହାଦେବ ମନ୍ଦିର, ସିଦ୍ଧଳା ଜଗନ୍ନାଥ ମନ୍ଦିର ଏବଂ ତିର୍ତ୍ତୋଲର ଗୋରଖନାଥ ମନ୍ଦିର ନିକଟରେ ୧୪୪ ଧାରା ଜାରି ହୋଇଥିବା କହିଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।
ଲୋକାଲ ୱାୟାର
Leave a Reply