• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଜଗତସିଂହପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ବାଟବଣା

ଜଗତସିଂହପୁର ଜିଲ୍ଲାରେ ସ୍ୱଚ୍ଛ ଭାରତ ମିଶନ ବାଟବଣା

January 24, 2021 By Amarnath Parida Leave a Comment

ଜଗତସିଂହପୁର, ଜାନୁଆରୀ ୨୪ (ଲୋକାଲ ୱାୟାର): ସ୍ୱଚ୍ଛ ଭାରତ ମିଶନରେ ହିତାଧିକାରୀଙ୍କୁ ଶୌଚାଳୟ ମିଳିନଥିଲେ ମଧ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଜଗତସିଂହପୁର ଜିଲ୍ଲାର ବହୁ ଗାଁକୁ ଖୋଲା ମଳତ୍ୟାଗ ମୁକ୍ତ (ଓଡିଏଫ) ଘୋଷଣା କରିଛନ୍ତି ।

ସ୍ୱଚ୍ଛ ଭାରତ ମିଶନ ଅନୁଯାୟୀ ଶୌଚାଳୟ ନିର୍ମାଣ ପାଇଁ ପ୍ରତି ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରା ଯାଉଥିଲା । ଅକ୍ଟୋବର ୨, ୨୦୧୯ ଯାଏଁ ଏହି ମିଶନ ଜାରି ଥିଲା ।

ତେବେ ତଳପଦା ଗାଁର ଜଗବନ୍ଧୁ ସ୍ୱାଇଁ, ଅଲେଖ ସାହୁ, ବୃନ୍ଦାବନ ସ୍ୱାଇଁ ପ୍ରମୁଖ ଗତମାସରେ କୁଜଙ୍ଗ ବିଡିଓଙ୍କୁ ଭେଟି ୨୦୧୮-୧୯ରେ ଶୌଚାଳୟ ନପାଇ ମଧ୍ୟ ସେମାନଙ୍କ ନାମରେ ଅନୁଦାନ ଉଠାଯାଇଥିବା ଅଭିଯୋଗ କରିଥିଲେ ।

୨୦୧୮-୧୯ ଓ ୧୯-୨୦ ଆର୍ଥିକ ବର୍ଷରେ ମିଥ୍ୟା ବିଲ ଦ୍ୱାରା ୫ ଶହରୁ ଅଧିକ ହିତାଧିକାରୀଙ୍କ ଅର୍ଥ ହରିଲୁଟ ହୋଇଥିବା ସେମାନେ ଅଭିଯୋଗ କରିଥିଲେ ।

ସେହିପରି ୨ ହଜାର ଟଙ୍କା ଲାଞ୍ଚ ଦେବା ପରେ ମିଳିଥିବା ଶୌଚାଳୟ ଅଧା ନିର୍ମିତ ହୋଇ ପଡିଥିବାରୁ ବାଧ୍ୟ ହୋଇ ବାହାରେ ମଳତ୍ୟାଗ କରୁଛୁ ବୋଲି ତଳପଦା ଗାଁର ଦୁଇ ମହିଳା କହିଥିଲେ ।

ଅନଲାଇନରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୮-୧୯ ଓ ୨୦୧୯-୨୦ରେ ଅନୁଦାନ ପାଇଥିବା ଶହ ଶହ ହିତାଧିକାରୀ ଏଯାଏଁ ଶୌଚାଳୟ ପାଇନାହାନ୍ତି ବୋଲି ତଳପଦାର ପୂର୍ବତନ ସରପଞ୍ଚ ଆଶୁତୋଷ ଲେଙ୍କା କହିଛନ୍ତି ।

ହିତାଧିକାରୀ ଚୟନରେ ହୋଇଥିବା ତ୍ରୁଟିକୁ କୁଜଙ୍ଗ ବିଡିଓ ଅମୀୟ ପଣ୍ଡା ସ୍ୱୀକାର କରିଥିବା ବେଳେ ଏହାକୁ ସୁଧାରିବାକୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।

ଢିଙ୍କିଆ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମବାସୀମାନେ ମଧ୍ୟ ଶୌଚାଳୟ ପାଇନଥିବା ଅଭିଯୋଗ କରିଛନ୍ତି ।

ପଂଚାୟତର ୨୪୭୫ ପରିବାର ରହୁଥିବା ବେଳେ ମାତ୍ର ୬୨୦ଟି ଶୌଚାଳୟ ନିର୍ମିତ ହୋଇଥିବା ଢିଙ୍କିଆ ସରପଞ୍ଚ କିଶୋର ପରିଡା କହିଛନ୍ତି ।

ଜିଲ୍ଲାର ୧୯୮ ପଂଚାୟତ ଓ ୧୨୧୯ ଗାଁରେ ୨.୬୧ ଲକ୍ଷ ଶୌଚାଳୟ ନିର୍ମିତ ହୋଇଛି ।

ବାଦ ପଡ଼ିଥିବା ହିତାଧିକାରୀମାନେ ସ୍ୱଚ୍ଛ ଭାରତ ମିଶନରେ ଆବେଦନ କରିନଥିବା କହିଛନ୍ତି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ।

ଲୋକାଲ ୱାୟାର

Filed Under: Odia Tagged With: ଓଡିଶା, ଜଗତସିଂହପୁର

Download LocalWire App for Hyperlocal  Odisha News any time anywhere

 

 

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକପ୍ରିୟ

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ପାହାଡ଼ି ମହିଳାଙ୍କ ହସ୍ତତନ୍ତ ଏବେ ଫ୍ଲିପକାର୍ଟରେ, ସଫଳତାର କାହାଣୀ କହୁଛି ସିଲକ୍ ପାର୍କ

ଘରର ଚାରିକାନ୍ଥ ଡେଇଁ ଏମାନେ ବାହାରିଛନ୍ତି ବାହାରକୁ । ନିଜ ହାତରେ ନିଜେ ବୁଣିଛନ୍ତି ସ୍ୱପ୍ନର ମିନାର ।

କଠିନ ପରିଶ୍ରମ ଓ ବୃତ୍ତି ପ୍ରତି ଆସକ୍ତି ହିଁ ସେମାନଙ୍କୁ ରେଶମ ଦୁନିଆରେ ଦେଇଛି ନୂଆ ପରିଚୟ ।

ଅଧିକ ବିଶେଷ ଖବର

Newsletter






Copyright © 2021 · LocalWire