ଭୁବନେଶ୍ୱର, ଫେବ୍ରୁଆରୀ ୧୭(ଲୋକାଲ ୱାୟାର): ବୁଧବାର ଓଡ଼ିଆ କଥା ସାହିତ୍ୟର ଟ୍ରେଣ୍ଡ୍ ସେଟର ଜଗଦୀଶ ମହାନ୍ତିଙ୍କ ଜୟନ୍ତୀ ଉତ୍ସବ ।
ଏହି ଅବସରରେ ସନ୍ଧ୍ୟା ସାଢ଼େ ୬ଟାରେ ଜଗଦୀଶ ମହାନ୍ତି ଟ୍ରଷ୍ଟ ହୋଟେଲ କେଶରୀ ଠାରେ ଆୟୋଜନ କରିଛି ଏକ ସଭା ।
ଏଥିରେ ଜଗଦୀଶଙ୍କ କୌଣସି ସଙ୍କଳନରେ ସ୍ଥାନିତ ହୋଇନଥିବା କିଛି ନିଖୋଜ ଗପକୁ ବିଭିନ୍ନ ପତ୍ରପତ୍ରିକାରୁ ସଂଗ୍ରହ କରାଯାଇ ଟାଇମପାସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଗଳ୍ପପୁସ୍ତକ ‘ଯାହାର ଉଡ଼ିବାର ଥିଲା’ ଲୋକାର୍ପିତ ହେବାକୁ ଯାଉଛି ।
ଏହା ହେବ ଜଗଦୀଶଙ୍କ ଶେଷତମ ଗଳ୍ପ ପୁସ୍ତକ । ଏଥିସହିତ ଲେଖକଙ୍କ ପତ୍ନୀ, ଗାଳ୍ପିକା ସରୋଜିନୀ ସାହୁଙ୍କର ମଧ୍ୟ ଏକ ନୂତନ ଗଳ୍ପ ପୁସ୍ତକ ‘ଆ’ ଉନ୍ମୋଚିତ ହେବ ।
ଉତ୍ସବରେ ଯୁବ ସ୍ୱରଶିଳ୍ପୀ ଅମ୍ବିକେଶ ରାଉତ ଜଗଦୀଶଙ୍କ ଏକ ସ୍ମରଣୀୟ ଗଳ୍ପର ନାଟକୀୟ ଆବୃତ୍ତି କରି ଶୁଣାଇବେ ।
ଏହି ଅବସରରେ ଚଳିତ ବର୍ଷ ପାଇଁ ଜଗଦୀଶ କଥା ସମ୍ମାନରେ କଥାକାର ନିବାରଣ ଜେନା ଏବଂ ଜଗଦୀଶ ଯୁବ ସମ୍ମାନରେ କଥାକାର ଶକ୍ତି ମହାନ୍ତିଙ୍କୁ ସମ୍ମାନିତ କରାଯିବ ।
ଏଥିରେ ବହୁ ବିଶିଷ୍ଟ ଅତିଥି ବୃନ୍ଦ ଯୋଗଦେବେ ବୋଲି ଟ୍ରଷ୍ଟର ସମ୍ପାଦକ ସରୋଜ ବଳ କହିଛନ୍ତି ।
ଲୋକାଲ ୱାୟାର
Leave a Reply