ଭୁବନେଶ୍ୱର, ମେ ୩(ଲୋକାଲ ୱାୟାର): ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ଭୟଙ୍କର ରୂପ ନେଇଛି ।

ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସସିଏସଟିଆରଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟକୁ ଏପ୍ରିଲ ୨୬ ତାରିଖଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।

ଏଭଳି ସ୍ଥିତିରେ ବିଭାଗ ପୁଣିଥରେ ଜନସାଧାରଣଙ୍କ ପାଇଁ ଭର୍ଚୁଆଲ୍ ଟୁରର ବ୍ୟବସ୍ଥା କରିବାକୁ ଆଗେଇ ଆସିଛନ୍ତି ।

ଏଣିକି ଭର୍ଚୁଆଲ୍ ମୋଡରେ ଜନଜାତି ସଂଗ୍ରହାଳୟକୁ ଜନସାଧାରଣ ଫେସବୁକ୍ ଓ ଟୁଇଟର ପେଜ୍http://@scstrti, http://@stscdev ଖୋଲି ପ୍ରତି ରବିବାର ବୁଲି ଦେଖିପାରିବେ ବୋଲି ଏସସିଏସଟିଆରଟିଆର ନିଦେ୍ର୍ଦଶକ ପ୍ରଫେସର ଡ ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।

ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ ‘ମାନବ ସଂଗ୍ରହାଳୟ’ ଭାବେ ପରିଚିତ ।

ଏଠାରେ ୬୨ଟି ଜନଜାତି ଓ ୧୩ଟି ଆଦିବ ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସମ୍ପର୍କରେ ୫ଟି ଗ୍ୟାଲେରୀ ସହ ପିଭିଟିଜି ଗ୍ୟାଲେରୀ ରହିଛି ।

ଆଉ ମଧ୍ୟ ଜନଜାତି ପୂଜାପୀଠ, ଜନଜାତି ବାସଗୃହ, କାରୁକୃତି ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ ଆଦି ରହିଛି ।

ଭର୍ଚୁଆଲ୍ ମୋଡରେ ଆରମ୍ଭ ହୋଇଥିବା ୬ ମିନିଟର ବୃତ୍ତଚିତ୍ରରେ ଦର୍ଶକମାନେ ଜନଜାତି ସଂଗ୍ରହାଳୟ ସମ୍ପର୍କରେ ଜାଣି ପାରିବେ ।

ଲୋକାଲ ୱାୟାର