• Skip to primary navigation
  • Skip to main content
  • Skip to primary sidebar
  • Careers
  • Our Advertisers
  • Copyright
  • Frequently Asked Questions (FAQ)
  • Contact Us
  • About Us

LocalWire

The hyper local news platform

  • Home
  • Odia
    • ବିଶେଷ
    • ମନୋରଞ୍ଜନ
    • ଘଟଣା
    • କାର୍ଯ୍ୟକ୍ରମ
    • ରାଜନୀତି
    • କୃଷି
    • ଅର୍ଥନୀତି
    • ପରିବେଶ
    • ଖାଦ୍ୟ
    • ଖେଳ
  • English
    • Happenings
    • Special
    • Bhubaneswar
    • Politics
    • Environment
    • Agriculture
    • Business
    • Government
    • Health
    • Heritage
    • Interview
    • Entertainment
  • Special
  • Bhubaneswar
  • Business
  • Agriculture
  • Education
  • Politics
ଜନରାଜ୍ୟ ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଜନରାଜ୍ୟ ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

December 25, 2019 By LocalWire Leave a Comment

ଭୁବନେଶ୍ୱର, ଡିସେମ୍ବର ୨୫(ଲୋକାଲ ୱାୟାର): ନୂଆଦିଲ୍ଲୀରେ ଜନରାଜ୍ୟ ଦିବସରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଭାବେ ରୁକୁଣା ରଥ ପ୍ରଦର୍ଶନ ହେବ ବୋଲି ସୂଚନା ମିଳିଛି ।

ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ଜନରାଜ୍ୟ ଦିବସରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଥାଏ ।

ତନ୍ମଧ୍ୟରୁ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଜ୍ଞାପନ ମେଢ଼ଗୁଡ଼ିକ ଜନରାଜ୍ୟ ଦିବସ ପରେଡରେ ସ୍ଥାନିତ ହୋଇଥାଏ । ଚଳିତ ବର୍ଷ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରସ୍ତାବ ଦିଆଯାଇଥିଲା ।

ସେଥିରୁ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ଯୋଗ୍ୟ ବିବେଚିତ ହୋଇଛି ।

ଖୁସିର କଥା ସେଥିରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନିତ ହୋଇଛି ।

ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ୬ଟି ବିଷୟବସ୍ତୁ ମଧ୍ୟରୁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ‘ଓଡ଼ିଶାର ସ୍ଥାପତ୍ୟ ଓ ଲୋକ ସଂସ୍କୃତି ଉପରେ ଆଧାରିତ ପର୍ବ’ ଡିଜାଇନଟି ଜାତୀୟସ୍ତରର ବିଚାରକ ମଣ୍ଡଳୀଙ୍କୁ ଆକୃଷ୍ଟ କରିଥିଲା ।

୫ଟି ପର୍ଯ୍ୟାୟରେ ୧୬ଜଣିଆ କମିଟି ଦ୍ୱାରା ମେଢ଼ର ଡିଜାଇନ୍ ଚୟନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ୫ଜଣ ଚିତ୍ରଶିଳ୍ପୀଙ୍କଠାରୁ ୧୫ଟି ଡିଜାଇନ୍ ଯାଇଥିଲା ।

ସେଥିରୁ ଓଡ଼ିଶା ପ୍ରସିଦ୍ଧ ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କ ଡିଜାଇନ୍ ମନୋନୀତ ହୋଇଛି । ଚତୁର୍ଥ ଥର ପାଇଁ ଶ୍ରୀ ସାହୁ ଏହି ମେଢ଼ କରିବାର ରେକର୍ଡ କରିବେ ।

ପୂର୍ବରୁ ସେ ତିନି ଥର ଅର୍ଥାତ୍ ୨୦୦୯, ୨୦୧୬, ୨୦୧୭ରେ ମେଢ଼ ତିଆରି କରି ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛନ୍ତି ।

ଶ୍ରୀ ସାହୁ କହିଛନ୍ତି, ମେଢ଼ରେ ଓଡ଼ିଶାର ସ୍ଥାପତ୍ୟର ନିଦର୍ଶନ ଶ୍ରୀଲିଙ୍ଗରାଜ ମନ୍ଦିର ସହ ଅଶୋକାଷ୍ଟମୀରେ ଅନୁଷ୍ଠିତ ହେଉଥିବା ରୁକୁଣା ରଥକୁ ପ୍ରଦର୍ଶନ କରାଯିବ ।

ବିଶ୍ୱ ପ୍ରସିଦ୍ଧ ପଥର କାରୁକାର୍ଯ୍ୟ ସହ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣୀର ପ୍ରତିଫଳନ ଦେଖିବାକୁ ମିଳିବ । ମେଢ଼ ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ।

ମେଢ଼ ତଳେ ଦୁଇପାଶ୍ୱର୍ରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । ଏହାର ପରିକଳ୍ପନା ମୋର ନିଜସ୍ୱ ଥିବାବେଳେ ତାକୁ ରୂପରେଖ ଦେଇଛନ୍ତି ଛତ୍ରପତି ବିଶ୍ୱାଳ ଏବଂ ତପନ ମହାରଣା ।

ସେଥିରେ ଯେଉଁ ଓଡ଼ିଶୀ ଗୀତ ସଂଯୋଜନା କରାଯାଇଛି ତା’ର ନିର୍ଦ୍ଦେଶନା ଗୁରୁ ଧନେଶ୍ୱର ସ୍ୱାଇଁ ଏବଂ ଅଜୟ ଚୌଧୁରୀ ଦେଇଛନ୍ତି । ଏଥିରେ କଣ୍ଠଦାନ ମୁଁ ନିଜେ କରିଛି ।

ଲୋକାଲ ୱାୟାର

Filed Under: Odia, କାର୍ଯ୍ୟକ୍ରମ Tagged With: ଓଡିଶା, କାର୍ଯ୍ୟକ୍ରମ

Download LocalWire App for Hyperlocal  Odisha News any time anywhere

 

 

About LocalWire

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଲୋକାଲ ୱାୟାର ନୂଆ ଡିଜାଇନ

ଲୋକପ୍ରିୟ

କୋଭିଡ-୧୯ ମହାମାରୀ ବିରୋଧରେ ଓଡିଶାର ଲଢେଇ: ଏକ ବିହଙ୍ଗାବଲୋକନ

କୋଭିଡ-୧୯ ନିୟନ୍ତ୍ରଣ ଓ ମୁକାବିଲାରେ ଦେଶର ଶୀର୍ଷ ଦୁଇଟି ରାଜ୍ୟ ମଧ୍ୟରେ ଥିବାରୁ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

କୋଭିଡ-୧୯ ସଙ୍କଟକୁ ସଫଳ ଭାବେ ମୁକାବିଲା କରିଥିବା କେରଳ ଓ ଓଡ଼ିଶାକୁ ବିଶ୍ୱ ଅର୍ଥନୈତିକ ଫୋରମ ପ୍ରଶଂସା କରିଛି ।

ଶବହେବାକୁ ଭାବିଥିଲେ, ଏବେ ଶବକୁ ସାଥୀ କରିଛନ୍ତି ସାଥୀ ଋତୁରାଣୀ (ସ୍ୱତନ୍ତ୍ର)

ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।

ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।

ତିନି ହଜାର ବର୍ଷର ଇତିହାସର ଗନ୍ତାଘର- ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ସଂଗ୍ରହାଳୟର ସମୃଦ୍ଧ ତାଳପତ୍ର ପାଣ୍ଡୁଲିପି ଗ୍ୟାଲେରିରେ ୨୭ଟି ବିଷୟରେ ୨୦ ହଜାରରୁ ଅଧିକ ପାଣ୍ଡୁଲିପି ସ୍ଥାନ ପାଇଛି ।

ସେହିପରି ପ୍ରତ୍ୱତତ୍ତ୍ୱ ବିଭାଗରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଆରମ୍ଭ କରି ମଧ୍ୟଯୁଗ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମୟର ସ୍ଥାପତ୍ୟ ତିନିଟି ବିରାଟ ହଲରେ ପ୍ରଦର୍ଶିତ ହେଉଛି ।

ସେଲିବ୍ରିଟି କହିଲେ ମେରି ଖ୍ରୀଷ୍ଟମାସ୍

କେହି କାହାକୁ ଦେଖା ନହୋଇପାରିଲେ କ’ଣ ହେଲା କିନ୍ତୁ ମେରି ଖ୍ରୀଷ୍ଟମାସ୍ କହିବାକୁ ଭୁଲି ନାହାନ୍ତି ।

ଖାସ୍ କରି ବଡ଼ଦିନ ପୂର୍ବରୁ ଆମ ଓଲିଉଡର ତାରକାମାନେ ପ୍ରଶଂସକଙ୍କୁ ମେରି ଖ୍ରୀଷ୍ଟମାସ୍ କହି ବଡ଼ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ମାଓଗଡରେ ପିଲାଙ୍କୁ ଶିକ୍ଷିତ କରାଉଛନ୍ତି ଦୁଇ ଝିଅ

କଠିନ ପରିସ୍ଥିତିମଧ୍ୟରେ ଏହି ଝିଅମାନଙ୍କର ଦୃଢ ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

ମାଓଗଡରେ ବୋମା ବନ୍ଧୁକର ଗର୍ଜନକୁ ନ ଡରି ସେମାନେ ସ୍ୱାଭାବିକ ଭାବେ ଶିକ୍ଷାର ବାତାବରଣ ଗଢି ତୋଳୁଛନ୍ତି ।

ଓଡ଼ିଶାରେ ଭୋକାଲ ଫର୍ ଲୋକାଲ କ୍ରେଜ୍

ଭୋକାଲ୍ ଫର ଲୋକାଲର ମନ୍ତ୍ରକୁ ଆପଣେଇ ବକୁଲ୍ ଫାଉଣ୍ଡେସନ୍ ଭିନ୍ନ ଅନ୍ଦାଜରେ ଏହି କ୍ୟାମ୍ପେନ୍ ଆରମ୍ଭ କରିଛି ।

ଯେଉଁଥିରେ ପ୍ରିୟଜନଙ୍କୁ ଉପହାର ଆକାରରେ ଓ ଅଭ୍ୟର୍ଥନା ସ୍ୱରୂପ ଗଛଟିଏ ଉପହାର ଦେବାକୁ ପ୍ରୋତ୍ସାହିତ କରାଯାଉଛି ।

ଅଧିକ ବିଶେଷ ଖବର

Copyright © 2021 · LocalWire