କେନ୍ଦ୍ରାପଡ଼ା, ଡିସେମ୍ବର ୩ (ଲୋକାଲ ୱାୟାର): ଜବତ ମାଛ ତାଲିକା ହେରଫେର ଅଭିଯୋଗରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଜଣେ ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି ।
ଗତ ନଭେମ୍ବର ୨୯ରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ମାଛ ଧରିବା ଅଭିଯୋଗରେ ୧୨ କ୍ୱିଣ୍ଟାଲ ମାଛ ଜବତ ହେବା ସହ ୯ ମତ୍ସ୍ୟଜୀବି ଗିରଫ ହୋଇଥିଲେ ।
ହେଲେ ନିଲମ୍ବିତ ଫରେଷ୍ଟର ପ୍ରଫୁଲ୍ଲ କୁମାର ମାଝି ଜବତ ତାଲିକାରେ ୨ କ୍ୱିଣ୍ଟାଲ ମାଛ ଦର୍ଶାଇଥିଲେ । ସେ ବଳକା ମାଛ ବଜାରରେ ବିକ୍ରି କରିଥିବା ଟ୍ରଲର ମାଲିକମାନେ ଅଭିଯୋଗ କରିଥିଲେ ।
ପ୍ରାଥମିକ ତଦନ୍ତରୁ ଫରେଷ୍ଟର ପ୍ରଫୁଲ୍ଲ କୁମାର ମାଝି ତଥ୍ୟ ଲୁଚାଇଥିବା ଜଣା ପଡ଼ିଥିଲା । ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
କିଛି ବନ ଅଧିକାରୀ ଜବତ ତାଲିକା ହେରଫେର କରି ଦୁର୍ନୀତିରେ ଲିପ୍ତ ରହିଛନ୍ତି ।
ସାମୁଦ୍ରିକ ଅଭୟାରଣ୍ୟ ଠିକ୍ ଭାବେ ଚିହ୍ନିତ ହୋଇନଥିବାରୁ ପ୍ରତିବର୍ଷ ମତ୍ସ୍ୟଜୀବୀମାନେ ଅଜାଣତରେ ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରୁଛନ୍ତି ବୋଲି ଓଡିଶା ପାରମ୍ପରିକ ମତ୍ସ୍ୟଜୀବୀ ସଙ୍ଘର ସଭାପତି ପ୍ରସନ୍ନ କୁମାର ବେହେରା ଅଭିଯୋଗ କରିଛନ୍ତି ।
ଲୋକାଲ ୱାୟାର
Leave a Reply