ଭୁବନେଶ୍ୱର, ମାର୍ଚ୍ଚ ୧୮ (ଲୋକାଲ ୱାୟାର): ଜମି ସୀମା ନିର୍ଦ୍ଧାରଣ ଜନିତ ଅଭିଯୋଗଗୁଡିକର ସମାଧାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ସମସ୍ତ ଜିଲ୍ଲା ପାଇଁ ଗାଇଡଲାଇନ ଜାରି ହୋଇଛି ।
ତହସିଲ ସ୍ତରରେ ଅନେକ ଜମି ସୀମା ନିର୍ଦ୍ଧାରଣ ମାମଲା ପଡ଼ି ରହୁଥିବା ପରିଲକ୍ଷିତ ହେଉଛି ।
ଆବଶ୍ୟକ ସଂଖ୍ୟାରେ ଅମିନ ନଥିବାରୁ ଲାଇସେନ୍ସପ୍ରାପ୍ତ ସର୍ଭେୟରଙ୍କୁ ମୁତୟନ ପାଇଁ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ।
ଏଥିରେ ସେମାନଙ୍କ ଫି ଓ କାର୍ଯ୍ୟାବଳୀ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି । ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କ ନିକଟକୁ ପଠା ଯାଇଥିବା ଚିଠିରେ ଗାଇଡଲାଇନ ଅନୁଯାୟୀ ଲାଇସେନ୍ସପ୍ରାପ୍ତ ସର୍ଭେୟର ନିଯୁକ୍ତି ପାଇଁ ତହସିଲଦାରମାନଙ୍କୁ ନିଦେ୍ର୍ଦଶ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା ।
ତେବେ ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ପରିଲକ୍ଷିତ ହେଉଥିବାରୁ ନିମ୍ନଲିଖିତ ନିଦେ୍ର୍ଦଶନାମା ଜାରି କରାଯାଇଛି । ସେଗୁଡ଼ିକ ହେଲା:-
୧. ତହସିଲଦାର ଜମି ସୀମା ନିର୍ଦ୍ଧାରଣ ପାଇଁ ପ୍ରୋସିଡିଂ ଆରମ୍ଭ କରିପାରିବେ ।
କ) ପଞ୍ଜିକୃତ ପଟ୍ଟାଧାରୀ/ଧାରିଣୀ କିମ୍ବା ସେମାନଙ୍କ ଆଇନଗତ ଉତ୍ତରାଧିକାରୀଙ୍କ ଠାରୁ ଅଭିଯୋଗ ପାଇଲେ ।
ଖ) ଅଦାଲତ ନିଦେ୍ର୍ଦଶ ଦେଲେ
ଗ) ଅନ୍ୟ କୌଣସି ବିଭାଗରୁ ଲିଖିତ ଆବେଦନ ପାଇଲେ
ଘ) ପୁଲିସ ଠାରୁ ଲିଖିତ ଆବେଦନ ପାଇଲେ
ଙ) ଅନ୍ୟ କୌଣସି ଯୁକ୍ତିସଙ୍ଗତ କାରଣ ଥିଲେ
୨. ସୀମା ନିର୍ଦ୍ଧାରଣ ଆବେଦନ ସହିତ ସଦ୍ୟତମ ଆରଓଆରର ନକଲ, ପ୍ଲଟର ଟ୍ରେସ ମ୍ୟାପ (ଯଦି ପାର୍ଟ ପ୍ଲଟ) ଯେପରି ଦାଖଲ ହୁଏ ତହସିଲଦାର ତାହା ସୁନିଶ୍ଚିତ କରିବେ ।
ସେହିପରି ସୀମା ନିର୍ଦ୍ଧାରଣ ପାଇଁ ଆବେଦନ ହୋଇଥିବା ଜମିର ଚତୁଃପାଶ୍ୱର୍ ପଟ୍ଟାଧାରୀଙ୍କ ବିସ୍ତୃତ ଡାକ ଯୋଗାଯୋଗ ଠିକଣା ଓ ଆବେଦନକାରୀ ଯେପରି ପ୍ରୋସେସିଂ ଫି/ୟୁଜର ଚାର୍ଜ ଡିପୋଜିଟ କରନ୍ତି ତହସିଲଦାର ସୁନିଶ୍ଚିତ କରିବେ ।
୩. ସୀମା ନିର୍ଦ୍ଧାରଣ ଆବେଦନପତ୍ରର କ୍ରମିକ ସଂଖ୍ୟା, ତାରିଖ, ଆବେଦନକାରୀଙ୍କ ନାମ, ଠିକଣା ଓ ଯୋଗାଯୋଗ ନମ୍ବର, ଜମିର କିସମ, ତହସିଲଦାରଙ୍କ ନିଦେ୍ର୍ଦଶନାମାର ତାରିଖ, ସୀମା ନିର୍ଦ୍ଧାରଣ ହୋଇଥିବା ତାରିଖ ଓ ନିଷ୍ପତ୍ତିର ବିସ୍ତୃତ ବିବରଣୀ ଏକ ରେଜିଷ୍ଟରରେ ଲେଖା ରହିବ ।
୪. ଯଦି ଆବେଦନ ସଂପୂର୍ଣ୍ଣ ହୋଇଥାଏ ତେବେ ତହସିଲଦାର ଚତୁଃପାଶ୍ୱର୍ର ପଟ୍ଟାଧାରୀଙ୍କୁ ବ୍ୟକ୍ତିଗତ ନୋଟିସ ଜାରି କରି ସେମାନଙ୍କର କୌଣସି ଆପତି ଅଛି କି ନାହିଁ ଜଣାଇବାକୁ କହିବେ ।
ଯଦି କୌଣସି ଆପତି ଥାଏ ତେବେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବେ । ଓଡିଶା ମୁ୍ୟଟେସନ ମାନୁଆଲ, ୧୯୬୨ର ମୁ୍ୟଟେସନ ପ୍ରୋସିଡିଂ ଫର୍ମ ଭଳି ନୋଟିସ ଜାରି କରାଯାଇପାରିବ ।
ନୋଟିସର ଅବଧି ୫ ଦିନ ରହିବ । ଜମି ସୀମା ନିର୍ଦ୍ଧାରଣରେ କୌଣସି ନିଷେଧାଦେଶ ନାହିଁ ବୋଲି ଆବେଦନକାରୀଙ୍କୁ ଅଣ୍ଡରଟେକିଂ ଦେବାକୁ ହେବ ।
୫. ଯଦି କୌଣସି ଆପତି ଥାଏ ତାହା ଶୁଣିବା ପରେ ତହସିଲଦାର ଆରଆଇ/ଅମିନ/ଲାଇସେନ୍ସପ୍ରାପ୍ତ ସର୍ଭେୟରଙ୍କୁ ସ୍ଥିରୀକୃତ ତାରିଖ ଓ ସମୟରେ ସମସ୍ତ ଚତୁଃପାଶ୍ୱର୍ର ପଟ୍ଟାଧାରୀଙ୍କ ଉପସ୍ଥିତିରେ ଜମି ସୀମା ନିର୍ଦ୍ଧାରଣ ପାଇଁ ନିଦେ୍ର୍ଦଶ ଦେବେ ।
ଶୁଣାଣି ବେଳେ ଚତୁଃପାଶ୍ୱର୍ର ପଟ୍ଟାଧାରୀଙ୍କୁ ଏହି ସମୟ ଓ ତାରିଖ ଜଣାଇ ଦିଆଯିବ ।
ଏଥିପାଇଁ ସ୍ୱତନ୍ତ୍ର ନୋଟିସ ଜାରି ହେବ ନାହିଁ । ତେବେ ଅଦାଲତଙ୍କ ନିଦେ୍ର୍ଦଶ କିମ୍ବା ପୁଲିସର ଆବେଦନ ମିଳିବା କ୍ଷେତ୍ରରେ ଏହି ପ୍ରକ୍ରିୟା ପରିବର୍ତନ ହୋଇପାରେ ।
୬. ଜମି ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସଂକ୍ଷିପ୍ତ ରଖାଯିବ । ଯୁକ୍ତିସଙ୍ଗତ କାରଣ ନଥିଲେ ଆବେଦନକାରୀ କିମ୍ବା ଚତୁଃପାଶ୍ୱର୍ ପଟ୍ଟାଧାରୀ ବାରମ୍ବାର ସ୍ଥଗିତ କରିପାରିବେ ନାହିଁ ।
ଆପତ୍ତି ଶୁଣାଣି ବେଳେ ତହସିଲଦାର ଆପତ୍ତି ଗୁଡିକ ଧ୍ୟାନ ସହକାରେ ଶୁଣିବେ ଓ ଉପଯୁକ୍ତ ରାୟ ଦେବେ ।
ଯଦି ଜମି ସୀମା ନିର୍ଦ୍ଧାରଣ ଆବେଦନ ନାକଚ ହୁଏ ତେବେ ଏହାର ଉପଯୁକ୍ତ କାରଣ ରେକର୍ଡଭୁକ୍ତ ହେବ ।
୭. ଜମି ସୀମା ନିର୍ଦ୍ଧାରଣ ପାଇଁ ଆରଆଇ/ଅମିନ/ଲାଇସେନ୍ସପ୍ରାପ୍ତ ସର୍ଭେୟରଙ୍କୁ ତହସିଲଦାରଙ୍କ ସୁବିଧା ମୁତାବକ ମୁତୟନ କରାଯିବ ।
ତେବେ ଯଦି ଲାଇସେନ୍ସପ୍ରାପ୍ତ ସର୍ଭେୟର ମୁତୟନ ହୁଅନ୍ତି ତେବେ ଆବେଦନକାରୀ ଉପଯୁକ୍ତ ଫି ଦାଖଲ କରିବେ ।
୮. ଜମି ସୀମା ନିର୍ଦ୍ଧାରଣ ବନ୍ଦ କରିବା ପାଇଁ ଉପଯୁକ୍ତ ନିଦେ୍ର୍ଦଶ, ଅନୁରୋଧ ନମିଳିବା ଯାଏଁ ସୂଚୀ କଡ଼ାକଡ଼ି ପାଳନ କରାଯିବ ।
୯. ପୁଲିସ ପକ୍ଷରୁ ମିଳିଥିବା ଆବେଦନ କ୍ଷେତ୍ରରେ ପୁଲିସର ଉପସ୍ଥିତି ଜରୁରୀ ।
୧୦. ସୀମା ନିର୍ଦ୍ଧାରଣ ସରିବା ପରେ ଏକ ଟ୍ରେସ ମ୍ୟାପ ଓ ସୀମା ନିର୍ଦ୍ଧାରଣ ମେମୋରାଣ୍ଡମ ଓଡ଼ିଆରେ ପ୍ରସ୍ତୁତ ହେବ ଓ ଆବେଦନକାରୀ, ଚତୁଃପାଶ୍ୱର୍ ପଟ୍ଟାଧାରୀ, ପୁଲିସ ଅଧିକାରୀ ଓ ଉପସ୍ଥିତ ଲୋକଙ୍କ ସ୍ୱାକ୍ଷର ନିଆଯିବ । ଟ୍ରେସ ମ୍ୟାପରେ ମଧ୍ୟ ସମସ୍ତଙ୍କ ସ୍ୱାକ୍ଷର ନିଆ ଯାଇପାରିବ ।
୧୧. ଯଦି କେହି ମେମୋରାଣ୍ଡମରେ ସ୍ୱାକ୍ଷର କରିବାକୁ ମନା କରନ୍ତି ତେବେ ସେହି ଘଟଣା ମେମୋରାଣ୍ଡମରେ ଉଲ୍ଲେଖ ରହିବ ।
୧୨. ସରକାରୀ ଓ ବେସରକାରୀ ଜମି ମଧ୍ୟରେ ପାଚେରୀ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ରାଜସ୍ୱ ନୀରିକ୍ଷକଙ୍କ ଉପସ୍ଥିତିରେ ହୋଇ ପାରିବ ଓ ଅତିରିକ୍ତ ତହସିଲଦାରଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇପାରିବ ।
୧୩, ସୀମା ନିର୍ଦ୍ଧାରଣ ସରିବା ପରେ ଆରଆଇ/ଏଆରଆଇ/ଅମିନ/ଲାଇସେନ୍ସପ୍ରାପ୍ତ ସର୍ଭେୟରଙ୍କ ରିପୋର୍ଟ ତହସିଲଦାରଙ୍କୁ ପ୍ରଦାନ କରାଯିବ ।
୨୪ ଘଂଟା ମଧ୍ୟରେ ଏହି ରେକର୍ଡ ପ୍ରସ୍ତୁତ ହେବ ଓ କେସ ରେକର୍ଡ ଭାବରେ ଏହି ରିପୋର୍ଟ ସ୍ଥାନ ପାଇବ ।
୧୪. ପୁଲିସ ଉପସ୍ଥିତି କିମ୍ବା ଅନୁପସ୍ଥିତିରେ ଯଦି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜେ ତେବେ ସୀମା ନିର୍ଦ୍ଧାରଣ ସ୍ଥଗିତ ରଖା ଯାଇପାରିବ ଓ ଏ ସମ୍ପର୍କରେ ତହସିଲଦାରଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ ।
୧୫. ଯଦି ସୀମା ନିର୍ଦ୍ଧାରଣ ବେଳେ ଜଣାପଡେ ଯେ, ଜମି ବା ଜମିଗୁଡ଼ିକ ସମ୍ପର୍କରେ ଉପଯୁକ୍ତ ଅଦାଲତ କୌଣସି ରହିତାଦେଶ ଜାରି କରିଛନ୍ତି ଓ ଆବେଦନକାରୀ ଏହାକୁ ଲୁଚାଇଛନ୍ତି ସେ କ୍ଷେତ୍ରରେ ତହସିଲଦାର ଆବେଦନପତ୍ର ନାକଚ କରିପାରିବେ ।
୧୬. ଆବେଦନ କରାଯିବାର ୧୫ ଦିନ ମଧ୍ୟରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସରିବ । ତହସିଲଦାର ଏ ସଂକ୍ରାନ୍ତରେ ଏକ ଡିଜିଟାଲ ରେଜିଷ୍ଟର ମଧ୍ୟ ରଖିପାରିବେ ।
ତହସିଲଦାର ପ୍ରତି ତିନି ମାସରେ ଥରେ ସୀମା ନିର୍ଦ୍ଧାରଣ ସମ୍ପର୍କିତ ସମାଧାନ ହୋଇଥିବା ମାମଲାଗୁଡିକର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ଦେବେ ।
ବରିଷ୍ଠ ଅଧିକାରୀମାନେ ଡିମାର୍କେସନ ରେଜିଷ୍ଟରରେ ନିଜର ମନ୍ତବ୍ୟ ଲେଖିବେ ।
ଲୋକାଲ ୱାୟାର
Leave a Reply