ଭୁବନେଶ୍ବର, ଏପ୍ରିଲ ୩ (ଲୋକାଲ ୱାୟାର): ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର , ଭଦ୍ରକ ଓ କଟକ ସହରରେ କରୋନା ସଂକ୍ରମଣ ରୋକିବା ପାଇଁ ଆଜି ରାତି ଆଠଟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସକ୍ ଡାଉନ୍ ବା କର୍ଫ୍ୟୁ ଭିତରେ ରଖିଥିବା ନିର୍ଦ୍ଦେଶ ଦେଇଥିବା ବେଳେ ଭୁବନେଶ୍ୱର ରେ କେଉଁ କେଉଁ ଔଷଧ ଦୋକାନ ଖୋଲା ରହିବ ତାର ଏକ ତାଲିକା ପ୍ରକାଶ କରିଛନ୍ତି ।
ସେ ଗୁଡିକ ହେଲା ଖଣ୍ଡଗିରି ଥାନା ଅନ୍ତର୍ଗତ ସମ ହସ୍ପିଟାଲ ନିକଟସ୍ଥ ସଞ୍ଜିବନୀ ମେଡିକାଲ ଷ୍ଟୋର, ଜାଗମରାର ଶାନ୍ତି ମେଡ଼ିସିନ ଷ୍ଟୋର, ପାତ୍ରପଡାର ଦୀପକ ମେଡ଼ିସିନ ଷ୍ଟୋର ।
ଠିକ୍ ସେହି ପରି ନୟାପଲ୍ଲୀରେ ଲାଭେଣ୍ଡର ହୋଟେଲ ନିକଟସ୍ଥ ମେଡପ୍ଲସ, ସିଆରପି ଛକର କ୍ୟାପିଟାଲ ଡ୍ରଗ, ଜୟଦେବ ବିହାର ଅଞ୍ଚଳର ଆପାଲୋ ଫର୍ମାସୀ ମେଡ଼ିସିନ ଷ୍ଟୋର ଖୋଲା ରହିବ।
ସେହିପରି କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକରେ ଥିବା ରବୀନ୍ଦ୍ର ମେଡିକାଲ ହଲ, ଏକାମ୍ର ରୋଡର ମହାନ୍ତି ଡ୍ରଗ ହାଉସ, ଫରେଷ୍ଟ ପାର୍କ ନିକଟସ୍ଥ ଅତିଭା ଫାର୍ମା ସହିତ ମଞ୍ଚେଶ୍ଵର ପଳାଶୁଣିର ସ୍ଵୋର୍ଣ୍ଣିମା ମେଡିସିନ ଷ୍ଟୋର, ରସୁଲଗଡ ଛକର ଦ ମେଡ଼ିସିନ, ଭିଏସଏସ ନଗରର ଅପ୍ଟିଭାଲ ହେଲଥ ସଲ୍ୟୁସନ ଖୋଲା ରହିବ ।
ଚନ୍ଦ୍ରଶେଖରପୁରର ଶୈଳଶ୍ରୀ ବିହାରସ୍ଥିତ ଆପୋଲୋ ଫାର୍ମାସୀ, ଡିଷ୍ଟ୍ରିକ୍ଟ ସେଣ୍ଟରର ଆପୋଲୋ ଫାର୍ମାସୀ, ନାଲକୋ ଛକର ଓମ ଫାର୍ମାସୀ ଏବଂ ଇନଫୋସିଟିର ନୀଳାଦ୍ରି ବିହାର ମେଡପ୍ଲସ, ମ୍ୟାଗ୍ନେଟ ଛକର ରବୀନ୍ଦ୍ର ମେଡ଼ିସିନ ଷ୍ଟୋର ଓ ପଟିଆସ୍ଥିତ ମେଡ଼ପ୍ଲସ ଔଷଧ ଦୋକାନ ଖୋଲା ରଖିବା ପାଇଁ ଅନୁମତି ପାଇଛନ୍ତି।
ସେହିଭଳି ସହିଦନଗର ଅଞ୍ଚଳର ଆପୋଲୋ ଫାର୍ମାସୀ, ପ୍ରେସ ଛକ ଆପୋଲୋ ଫାର୍ମାସୀ, ଆଚାର୍ଯ୍ୟ ବିହାର ଆପୋଲୋ ଫାର୍ମାସୀ ଓ ଖାରବେଳନଗରର ରବୀନ୍ଦ୍ର ହେଲଥ କେୟାର, ମଧୁସୂଦନ ନଗରର ଆପୋଲୋ ଫାର୍ମାସୀ, ଜନପଥର ରଞ୍ଜନ ମେଡିକାଲ ଷ୍ଟୋର ଖୋଲl ରଖିବାକୁ କୁହାଯାଇଛି ।
ଧଉଳି ଥାନାଞ୍ଚଳର ଲିଙ୍ଗିପୁରସ୍ଥିତ ପ୍ରକାଶ ମେଡିକାଲ ଷ୍ଟୋର, ନୀଳାଞ୍ଚଳ ମେଡିକାଲ ଷ୍ଟୋର, ବାସୁଦେବ ମେଡ଼ିସିନ ଷ୍ଟୋର ଖୋଲିବ ଏବଂ ଲିଙ୍ଗରାଜ ଥାନାଞ୍ଚଳର ବିବେକାନନ୍ଦ ମାର୍ଗସ୍ଥିତ ମେଡପ୍ଲସ, ସାମନ୍ତରାପୁର ମେଡପ୍ଲସ ଖୋ ରଖିବାକୁ ବିଏମସି ଅନୁମତି ଦେଇଛି ।
ବିମାନବନ୍ଦର ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ରୋଡ ମେଡପ୍ଲସ, ପୁନମା ଗେଟ ଛକର ଆପୋଲୋ ଫାର୍ମାସୀ, ସୁନ୍ଦରପଦା ମେଡପ୍ଲସ, ପୋଖରୀପୁଟ ମେଡପ୍ଲସ ସହିତ ବଡଗଡ ଥାନାଞ୍ଚଳର ବିଜେବି ନଗର ଆପୋଲୋ ଫାର୍ମାସୀ, ଟଙ୍କପାଣିରୋଡ ମେଡପ୍ଲସ ଓ ମହାବୀର ମେଡିକାଲ ହଲ ଖୋଲା ରଖିବାକୁ ଅନୁମତି ପାଇଛନ୍ତି।
ଲକ୍ଷ୍ମୀସାଗର ଅଞ୍ଚଳର ନାସନାଲ ମେଡପ୍ଲସ, ଡ୍ରଗ ହାଉସ ଓ ସ୍ଥାନୀୟ ଆପାଲୋ ଫାର୍ମାସୀ ଖୋଲା ରହିବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ, ସଟଡାଉନରେ ରାଜଧାନୀର ୧୩ଟି ସ୍ଥାନରେ ଥିବ ସମୁଦାୟ ୩୯ଟି ଔଷଧ ଦୋକାନ ଖୋଲା ରହିବ ।
ଲୋକାଲ ୱାୟାର
Leave a Reply