ଭୁବନେଶ୍ୱର, ଅକ୍ଟୋବର ୧୩(ଲୋକାଲ ୱାୟାର): ଝାଡ଼ଖଣ୍ଡର ରାଞ୍ଚି ଠାରେ ଚାଲିଥିବା ୫୯ତମ ଜାତୀୟ ଓପନ୍ ଆଥଲେଟିକ ଚାମ୍ପିଅନସିପରେ ଓଡ଼ିଶାର ଧାବିକା ଦୂତି ଚାନ୍ଦ ରବିବାର ୨ଶହ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି ।

ସେ ଏହି ଦୂରତ୍ୱକୁ ୨୩.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ ।

ତାମିଲନାଡୁର ଅର୍ଚନା ସୁସିନ୍ଦ୍ରନ ୨୩.୪୧ ସେକେଣ୍ଡ ଏବଂ ରେଳବାଇର ଚନ୍ଦ୍ରଲେଖା ଆନନ୍ଦନ୍ ୨୩.୭୪ ସେକେଣ୍ଡ ନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

୨ ଦିନ ତଳେ ୧୦୦ ମିଟର ଦୌଡ଼ରେ ଜାତୀୟ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ଲୋକାଲ ୱାୟାର