ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): ଜାନୁଆରୀ ୧୧ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ୍ ମୋଡରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀ ମଧ୍ୟରେ ଚାଲିଛି କଳା ଉତ୍ସବ ଜାତୀୟ ପ୍ରତିଯୋଗିତା ।
୧୫ ଓ ୧୬ ତାରିଖ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଷ୍ଟୁଡିଓରେ ଭିଜୁଆଲ୍ ଆର୍ଟ(୨ଡି), ସ୍କଲ୍ପଚର ଥ୍ରୀଡି ଓ ଇଣ୍ଡିଜିନିୟସ ଟୟ ଏଣ୍ଡ ଗେମ୍ ପ୍ରତିଯୋଗିତା ଚାଲିଛି । ଓଡ଼ିଶାରୁ ତିନୋଟି ବିଭାଗରେ ୬ ଜଣ ଅଂଶଗ୍ରହଣ କରିଛନ୍ତି ।
ଇଣ୍ଡିଜିନିୟସ ଟୟରେ ବାଲେଶ୍ୱରରୁ ଭଗତୋଷ ଅଙ୍କିତ ଦାସ (ଜଉ କଣ୍ଢେଇ) ଗେମରେ କଟକରୁ ଆକାଂକ୍ଷା ପ୍ରିୟଦର୍ଶନୀ ଖୁଣ୍ଟିଆ, ସ୍କଲ୍ପଚର ବା ଥ୍ରୀଡିରେ ବରଗଡ଼ର ମୃଣ୍ମୟୀ ପ୍ରଧାନ (ଟେରାକୋଟା), କଟକରୁ ଆଶୁତୋଷ ପଟ୍ଟନାୟକ (କ୍ଲେ ମଡେଲ୍), ଚିତ୍ରକଳା (୨ଡି)ରେ ଗଞ୍ଜାମରୁ ଶୁଭମ୍ ପ୍ରଧାନ, କଟକରୁ ଶ୍ରେୟା ମିଶ୍ର ଯୋଗ ଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି ।
ଏହାକୁ ଓଏସଇପିଏ, ଓଡ଼ିଶାର ଏଡିସନାଲ୍ ଡିରେକ୍ଟର ପ୍ରଦୀପ କୁମାର ନାୟକ, ଜୟା ବାନାର୍ଜୀ, ବିଶ୍ୱପ୍ରକାଶ ରାଉତ, ଅମରେଶ ମହାପାତ୍ର, ଅଜୟ ଗୋଚ୍ଛାୟତ ପରିଚାଳନା କରୁଛନ୍ତି । ଏଥିରେ ନୃତ୍ୟ, ସଙ୍ଗୀତ ଓ ବାଦ୍ୟ କାର୍ଯ୍ୟକ୍ରମ ବି ଚାଲିଛି ।
ଲୋକାଲ ୱାୟାର
Leave a Reply