ଭୁବନେଶ୍ୱର, ଜାନୁଆରୀ ୧୩(ଲୋକାଲ ୱାୟାର): ଜାତୀୟ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା ମନମୋହନ ମହାପାତ୍ରଙ୍କର ସୋମବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୬୯ ବର୍ଷ ବୟସରେ ପରଲୋକ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ଏକ ନୂତନ ଧାରାର ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରି ଚର୍ଚ୍ଚାରେ ରହିବା ସହ କ୍ରମାଗତ ୮ ଥର ଜାତୀୟ ପୁରସ୍କାର ପାଇଥିଲେ । ଶ୍ରୀ ମହାପାତ୍ର ‘ନିଶ୍ଚିତ ସ୍ୱପ୍ନ’, ‘ମଝି ପାହାଚ’, ‘କ୍ଲାନ୍ତ ଅପରାହ୍ଣ’, ‘ନିରବ ଝଡ଼’, ‘ଶୀତ ରାତି’ ଏବଂ ‘ଭିନ୍ନ ସମୟ’ ଆଦି ଚଳଚ୍ଚିତ୍ର ନିର୍ମାଣ କରି ଚଳଚ୍ଚିତ୍ର ଜଗତରେ ସ୍ୱତନ୍ତ୍ର ସ୍ଥାନ ପାଇପାରିଥିଲେ ।
ତାଙ୍କ ଦ୍ୱାରା ନିର୍ମିତ ପ୍ରଥମ ଚଳଚ୍ଚିତ୍ର ‘ଶୀତ ରାତି’ (୧୯୭୬) ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (୧୯୮୨)ରେ ପ୍ରଦର୍ଶିତ ହେବାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।
ନିକଟରେ ଓଡ଼ିଆ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ଚଳଚ୍ଚିତ୍ର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି । ଏହି ଚଳଚ୍ଚିତ୍ର ୬ଟି ବର୍ଗରେ ପୁରସ୍କୃତ ହୋଇଛି ।
ଲୋକାଲ ୱାୟାର
Leave a Reply