ଯାଜପୁର, ଡିସେମ୍ବର ୧୮ (ଲୋକାଲ ୱାୟାର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ବଙ୍ଗଳା ଛକ ନିକଟରେ ଜାତୀୟ ରାଜପଥ ମରାମତି ଦାବିରେ କିଛି ଯୁବକ ହେଲମେଟ୍ ପିନ୍ଧି ରାସ୍ତା ଉପରେ ଶୋଇ ଅଭିନବ ଉପାୟରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ ଚଣ୍ଡିଖୋଲ ରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେର କୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି।
ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଇଛି ହେଲେ କୌଣସି ସୁଫଳ ମିଳି ନାହିଁ।
ତେଣୁ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଥିଲେ। ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ।
ଲୋକାଲ ୱାୟାର
Leave a Reply