ଭୁବନେଶ୍ୱର,ଡିସେମ୍ବର ୨୯(ଲୋକାଲ ୱାୟାର): ଜାନୁଆରୀ ମାସରୁ ଭୁବନେଶ୍ୱର ଉପକଣ୍ଠ ଡେରାସ୍ ଡ୍ୟାମରେ ପର୍ଯ୍ୟଟକଙ୍କୁ ମିଳିବ ବୋଟିଂ ସୁବିଧା ।
ଏଥିପାଇଁ ବନ ବିଭାଗ ପ୍ରସ୍ତୁତ । କେବଳ ବୋଟ ଆସିବା ପରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଯିବ ।
ଚନ୍ଦକା- ଡମପଡ଼ା ଅଭୟାରଣ୍ୟ ପକ୍ଷରୁ ପ୍ରଥମ ଥର ପାଇଁ ପର୍ଯ୍ୟଟକଙ୍କୁ ଏହି ଭେଟି ଦିଆଯିବ ବୋଲି କହିଛନ୍ତି ଚନ୍ଦକା ଡିଏଫଓ କେଦାର ସ୍ୱାଇଁ ।
ହେବାକୁ ଥିବା ବୋଟିଂ ବ୍ୟବସ୍ଥା ବାବଦରେ ଅଧିକ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି, ପର୍ଯ୍ୟଟକଙ୍କ ପାଇଁ ଆମେ ୪ଟି ବୋଟ ଆଣୁଛୁ ।
ପ୍ରତ୍ୟେକ ବୋଟରେ ୧୦ ଜଣ ଲେଖାଏଁ ବସିବାର ସୁବିଧା ରହିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ବୋଟ ପିଛା ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ।
ଜାପାନ୍ ଟେକ୍ନୋଲୋଜିରେ ପ୍ରସ୍ତୁତ ପାୱାର୍ ଇଞ୍ଜିନ୍ ବୋଟରେ ବଣ ପାହାଡ଼ ଘେରା ପ୍ରାକୃତିକ ଜଳଭଣ୍ଡାରରେ ବୁଲିବା ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭୂତି ଦେବ ।
ଲୋକାଲ ୱାୟାର
Leave a Reply