ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): କୋଭିଡ୍ କଟକଣା ପାଇଁ ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅନଲାଇନରେ ପାଠ ପଢ଼ା ଚାଲିଥିଲା ।
ଏବେ ପୁଣି ଥରେ ଶ୍ରେଣୀଗୃହରେ ପାଠ ପଢ଼ା ଯିବ । ଆସନ୍ତା ୧୧ତାରିଖରୁ ପାଠ ପଢ଼ା ଆରମ୍ଭ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।
ୟୁଜି ୭ମ ଓ ପିଜି ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପାଠପଢ଼ା ଜାନୁଆରୀ ୧୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ।
ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ପରୀକ୍ଷା ହେବ । ଏପ୍ରିଲ ୩୦ ସୁଦ୍ଧା ଫଳ ବାହାରିବ । ସେହିପରି ୟୁଜି ୮ମ ଓ ପିଜି ୪ର୍ଥ ସେମିଷ୍ଟର ପାଠପଢ଼ା ଏପ୍ରିଲ୍ ୨ରୁ ଆରମ୍ଭ ହୋଇ ଜୁନ୍ ୧୫ ପର୍ଯ୍ୟନ୍ତ ଚାଲିବ । ଜୁନ୍ ୧୬ରୁ ୩୦ ମଧ୍ୟରେ ପରୀକ୍ଷା ହେବ ।
ଜୁଲାଇ ୧୫ ସୁଦ୍ଧା ଫଳ ବାହାରିବ । ଏହି ଶ୍ରେଣୀଗୃହ ପାଠ ପଢ଼ା ଲାଗି ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ ହୋଇଛି ।
କୋଭିଡ୍ କଟକଣା ପାଳନ କରିବାକୁ ନିର୍ଦେଶ ରହିଥିଲା ବେଳେ ବିଶ୍ୱବିଦ୍ୟାଳୟ ଖୋଲିବା ପୂର୍ବରୁ ଜାନୁଆରୀ ୧୦ରେ ହଷ୍ଟେଲ୍ ଖୋଲିବ ।
ଗତ ଜୁନ୍ ୧୯ ତାରିଖରେ ଜାରି ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ୨୫% ସିଲାବସ୍ ଛାତ୍ରଛାତ୍ରୀ ସେଲ୍ଫ ଷ୍ଟଡି ମାଧ୍ୟମରେ କଭର କରିବେ ।
ବାକି ପୂର୍ବରୁ ଜାରି ହୋଇଥିବା ଛୁଟି ବାତିଲ୍ ହୋଇଛି । ଏଣିକି ସବୁଦିନ ପାଠ ପଢ଼ା ହେବ ।
କେବଳ କିଛି ନିର୍ଦ୍ଦିଷ୍ଟ ଜାତୀୟ ଓ ରାଜ୍ୟସ୍ତରୀୟ ଛୁଟିରେ ପାଠପଢ଼ା ହେବା ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply